ରାଜ୍ୟରେ ଆଜି ସର୍ବାଧିକ ୧୪୬ କରୋନା ପଜିଟିଭ
ଭୁବନେଶ୍ୱର, (ୱାଇଏନ୍ଏସ୍): ଆଜି ରାଜ୍ୟରେ ଏବର୍ଷର ସବୁଠାରୁ ଅଧିକ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୧୪୬ ଜଣ ପଜିଟିଭ ଚିହ୍ନଟ ହେବା ସହ ଖୋର୍ଦ୍ଧାୁ ସର୍ବାଧିକ ୪୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୪ଜଣ, ବରଗଡ଼ରୁ ୩ଜଣ, ବଲାଙ୍ଗୀରରୁ ୯ଜଣ, କଟକରୁ ୨୫ଜଣ, ଗଞ୍ଜାମରୁ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଗତସିଂହପୁରରୁ ୩ଜଣ, ଯାଜପୁରରୁ ୪ଜଣ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୨ଜଣ, କେନ୍ଦ୍ରାପଡ଼ାରୁ ଜଣେ, ଖୋର୍ଧାରୁ ୩୫ଜଣ, ମୟୁରଭଞ୍ଜରୁ ୧୩ଜଣ, ନବରଙ୍ଗପୁରରୁ ଜଣେ, ନୂଆପଡ଼ାରୁ ୧୨ଜଣ, ପୁରୀରୁ ୨ଜଣ, ରାୟଗଡ଼ାରୁ ୨ଜଣ, ସମ୍ବଲପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୨ଜଣ ଓ ଷ୍ଟେଟପୁଲରୁ ୮ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


