ବେଦାନ୍ତ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳିତ
ମୁମ୍ବାଇ, (ଓ୍ବାଇଏନ୍ଏସ୍):ଦୀର୍ଘସ୍ଥାୟୀ ଜୀବନଜୀବିକା ଏବଂ ଦାୟିତ୍ୱବୋଧ ବିକାଶ କ୍ଷେତ୍ରରେ ବେଦାନ୍ତ କାର୍ଯ୍ୟ ଜାରି ରଖିଛି । ଗତ ୪ ବର୍ଷ ମଧ୍ୟରେ କମ୍ପାନୀ ୨୮୨.୬୫ ନିୟୁତ କ୍ୟୁବିକ୍ ମିଟର ଜଳର ପୁନଃ ପ୍ରକ୍ରିୟାକରଣ କରିପାରିଛି । ଏହା ବେଦାନ୍ତର ଜଳ ସମ୍ପଦର ସୁରକ୍ଷା ପ୍ରତିଶ୍ରୁତିକୁ ପୂରଣ କରିବାରେ ସକ୍ଷମ ହୋଇପାରିଛି । ଜଳର ବ୍ୟବହାର କମ୍ କରାଇବା ପାଇଁ କମ୍ପାନୀ ପକ୍ଷରୁ ୧୯ଟି ଜଳ ସଂରକ୍ଷଣ ପ୍ରକଳ୍ପ ଜାରି ରହିଛି । ମାର୍ଚ୍ଚ ୨୨ରେ ବିଶ୍ୱ ଜଳ ଦିବସ ପାଳନ ଅବସରରେ ବେଦାନ୍ତ ପକ୍ଷରୁ ପ୍ରାକୃତିକ ସମ୍ପଦର ଉପଯୁକ୍ତ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଛି । ନୂତନ ଜ୍ଞାନକୌଶଳ ଏବଂ ପ୍ରଣାଳୀର ଉପଯୋଗ ଦ୍ୱାରା ଜଳର ବ୍ୟବହାରକୁ ଉପଯୁକ୍ତ ଭାବେ କରାଯିବାକୁ ପ୍ରାଧାନ୍ୟ ଦିଆଯାଉଛି ।ପୁନଃ ପ୍ରକ୍ରିୟାକରଣ ଏବଂ ଶିଳ୍ପର ବର୍ଜ୍ୟଜଳ ଟ୍ରିଟ୍ମେଂଟ୍ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଉଛି । ଯାହାଦ୍ୱାରା ଜିରୋ ଲିକ୍ୟୁଇଡ୍ ଡିସଚାର୍ଜ ଲକ୍ଷ୍ୟ ପୂରଣ ହୋଇପାରିବ । କମ୍ପାନୀ ପକ୍ଷରୁ ଷ୍ଟେଟ୍-ଅଫ୍-ଦ-ଆର୍ଟ ବର୍ଜ୍ୟଜଳ ଟ୍ରିଟ୍ମେଂଟ୍ ପ୍ଲାଂଟ୍ ସ୍ଥାପନା କରାଯାଇଛି । ସେହିପରି ବର୍ଷାଜଳ ସଂରକ୍ଷଣ କରାଯିବା ସହିତ ରିଡ୍ୟୁସ୍, ରିୟୁଜ୍,ରିସାଇକ୍ଲି ଆଦି ୩-ଆର୍କୁ ପ୍ରାଧାନ୍ୟ ପ୍ରଦାନ କରାଯାଉଛି । କମ୍ପାନୀର ପାନୀୟ ଜଳ ଏବଂ ପରିମଳ କାର୍ଯ୍ୟକ୍ରମ ସ୍ଥାନୀୟ ଲୋକଙ୍କ ପାଇଁ ଉପଯୋଗୀ ହୋଇପାରୁଛି । ସେହିପରି ୱାସ୍ ପ୍ରୟାସ ଦ୍ୱାରା ସୁରକ୍ଷା ଏବଂ ସ୍ୱାସ୍ଥ୍ୟକର ଅଭ୍ୟାସ ବୃଦ୍ଧି କରାଯାଇ ପାରିଛି । ବେଦାନ୍ତ ପକ୍ଷରୁ ଚାଷୀଙ୍କ ସୁବିଧା ପାଇଁ ଡ୍ରିପ୍ ଇରିଗେଶନ, ଟ୍ରେଡଲ ପମ୍ପ୍, ସୋଲାର ପାୱାର ୱାଟର ପମ୍ପ୍ ଏବଂ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ଗ୍ରହଣ କରାଯାଇ ଚାଷ ଜମିରେ ଜଳସେଚନ ଲାଗି ମୌସୁମୀ ଉପରେ ନିର୍ଭରଶୀଳତାକୁ ହ୍ରାସ କରାଯାଇ ପାରିଛି । ଏହା ସହିତ କମ୍ପାନୀ ପକ୍ଷରୁ ଟ୍ୟୁବ୍ ୱେଲ୍, ବୋର୍ ୱେଲ୍, ପୋଖରୀ, ଛିଦ୍ରଯୁକ୍ତ ଟ୍ୟାଙ୍କ ଆଦି ନିର୍ମାଣ କରାଯାଇ ସ୍ଥାନୀୟ ଲୋକଙ୍କ ଘରୋଇ ତଥା ଜଳସେଚନ ପାଇଁ ବ୍ୟବସ୍ଥା କରାଯାଇପାରିଛି । ଏହି ଅବସରରେ ବେଦାନ୍ତ ଗ୍ରୁପ୍ ସିଇଓ ଏବଂ ମୁଖ୍ୟ ସୁରକ୍ଷା ଅଧିକାରୀ ସୁନୀଲ ଦୁଗଲ କହିଲେ, ବେଦାନ୍ତ ସାମାଜିକ ଆର୍ଥିକ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଜଳ ପରିଚାଳନା କ୍ଷେତ୍ରରେ କମ୍ପାନୀ ବହୁବିଧ ପଦକ୍ଷେପ ଗ୍ରହଣ କରି ଉପଲବ୍ଧ ଜଳର ଉପଯୁକ୍ତ ବ୍ୟବହାର ଉପରେ ଗୁରୁତ୍ୱାରୋପ କରି ସମସ୍ତ ଅଂଶୀଦାରଙ୍କ କ୍ଷେତ୍ରରେ ଏହାକୁ ଲାଗୁ କରିଛି । ଆମେ ଦୀର୍ଘମିଆଦି ଜଳ ପରିଚାଳନାକୁ ପ୍ରାଧାନ୍ୟ ଦେଇଥାଉ । ଏନେଇ ଉନ୍ନତ ଜ୍ଞାନକୌଶଳ ପ୍ରଣାଳୀର ଉପଯୋଗ ଆମେ ଆମର ସମସ୍ତ ଅପରେଶନରେ କରୁଛୁ । ଏହା ଦ୍ୱାରା ଜଳ ବ୍ୟବହାରକୁ ଅପ୍ଟିମାଇଜ୍ କରାଯାଇ ପାରିଛି । ସେହିପରି ଶକ୍ତି ଉତ୍ପାଦନକୁ ବୃଦ୍ଧି କରାଯାଇ ପାରିଛି । ଏହା ସହିତ ବାୟୋଡାଇଭରସିଟିକୁ ମଧ୍ୟ ସୁରକ୍ଷିତ କରାଯାଇ ପାରିଛି । ବେଦାନ୍ତ ଉଭୟ ଜଳ ପରିଚାଳନା ନୀତି ଏବଂ ଜଳ ପରିଚାଳନା ମାନକକୁ ଗୁରୁତ୍ୱ ପ୍ରଦାନ କରିଥାଏ । ଏହା ସମସ୍ତ ନୂତନ ପ୍ରକଳ୍ପ ପାଇଁ ଏହା ଲାଗୁ ହୋଇଛି । ଏହାଦ୍ୱାରା ସମସ୍ତ ପ୍ରକଳ୍ପରେ ଜଳ ବ୍ୟବହାରକୁ ହ୍ରାସ କରାଯାଇ ପାରିଛି । ଏହା ସହିତ ଆମେ ଜିରୋ ଲିକ୍ୟୁଇଡ୍ ଡିସ୍ଚାର୍ଜ ନୀତି ପାଳନ କରି ଭୂଗର୍ଭ ଜଳକୁ ଆମର ସମସ୍ତ ଅପରେଶନ୍ରେ ପ୍ରଦୂଷିତ କରୁନାହୁଁ । ହିନ୍ଦୁସ୍ଥାନ ଜିଙ୍କ୍ରେ ୱାଟର ପ୍ରବନ୍ଧନ ମାଧ୍ୟମରେ ପରିବେଶ ସଂରକ୍ଷଣ ଯୋଜନା ଉପରେ ଗୁରୁତ୍ୱାରୋପ କରାଯାଇ ଶୁଦ୍ଧ ଜଳର ବ୍ୟବହାର ହ୍ରାସ କରାଯିବା ସହିତ ଜଳର ଗୁଣବତା ବଜାୟ ରଖିବା କ୍ଷେତ୍ରରେ ସ୍ଥାନୀୟ ବାସିନ୍ଦାଙ୍କ ନିୟୋଜିତ କରାଯାଇଛି । ଯାହାଦ୍ୱାରା ଜଳ ସମ୍ପଦର ସୁବିନିଯୋଗ ହୋଇ ପାରୁଛି । ହିନ୍ଦୁସ୍ଥାନ ଜିଙ୍କ୍ ଏକ ୱାଟର ପଜିଟିଭ୍ କମ୍ପାନୀ ଭାବେ ଘୋଷିତ ହୋଇଛି । ୨.୪୧ ଅନୁପାତରେ ହିନ୍ଦୁସ୍ଥାନ ଜିଙ୍କ୍ ଶ୍ରେଷ୍ଠ ଜଳ ସଂରକ୍ଷଣ କମ୍ପାନୀ ଭାବେ ପ୍ରମାଣିତ ହୋଇଛି ।ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜ୍ନେସ୍ ପକ୍ଷରୁ ନବୀନତମ ପ୍ରୟାସ, ଶ୍ରେଷ୍ଠ ଜ୍ଞାନକୌଶଳ, ପରିବେଶ ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ କାର୍ଯ୍ୟପ୍ରଣାଳୀ ଦ୍ୱାରା ଭବିଷ୍ୟତ ପାଇଁ ଜଳ ସୁରକ୍ଷାକୁ ରୁଦ୍ଧିମନ୍ତ କରାଯାଇ ପାରୁଛି । ୨୦୨୦ ଆର୍ଥିକ ବର୍ଷରେ କମ୍ପାନୀର ଶୁଦ୍ଧଜଳ ବ୍ୟବହାରରେ ୩.୬ ନିୟୁତ କ୍ୟୁବିକ୍ ମିଟର ହ୍ରାସ ହୋଇପାରିଛି । ଗତ ଆର୍ଥିକ ବର୍ଷରେ ଶୁଦ୍ଧଜଳ ବ୍ୟବହାର ୪ପ୍ରତିଶତ କମିବା ସହିତ ଜଳ ପୁନଃପ୍ରକ୍ରିୟାକରଣ ୧୬ ପ୍ରତିଶତ ବୃଦ୍ଧି ପାଇଛି । କେର୍ଣ୍ଣ ଅଏଲ୍ ଆଣ୍ଡ୍ ଗ୍ୟାସ୍ ପକ୍ଷରୁ ମଧ୍ୟ ଗ୍ରାମୀଣ ବାସିନ୍ଦାଙ୍କୁ ସୁରକ୍ଷିତ ପାନୀୟ ଜଳ ଯୋଗାଣ ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ଘର ପାଖରେ ପାନୀୟଜଳ ଜଳ ପହଂଚାଇବା ପାଇଁ ଏହା ପକ୍ଷରୁ ଜୀବନ ଅମୃତ ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହାସହିତ ଗ୍ରାମୀଣ ଅଂଚଳର ଜଳ ଉତ୍ସର ପୁନର୍ରୁଦ୍ଧାର, ଜଳକୁଣ୍ଡ ନିର୍ମାଣ କରାଯାଇ ସ୍ଥାନୀୟ ବାସିନ୍ଦାଙ୍କୁ ଜଳ ଆବଶ୍ୟକତାକୁ ପୂରଣ କରାଯାଇପାରୁଛି । ଇଏସ୍ଏଲ୍ରେ ଇଟିପି ଦ୍ୱାରା ଜଳ ପ୍ରକ୍ରିୟା କରଣ ପ୍ରତିଶତ ୨୦୧୭-୧୮ରେ ୧୨ ପ୍ରତିଶତରୁ ୨୦୨୦-୨୧ ଆର୍ଥିକ ବର୍ଷରେ ୨୬ ପ୍ରତିଶତକୁ ବୃଦ୍ଧି ହୋଇପାରିଛି । ଏହା ସହିତ ୧୦୦ପ୍ରତିଶତ ବର୍ଜ୍ୟଜଳର ପୁନଃପ୍ରକ୍ରିୟାକରଣ କରାଯାଉଛି । ସ୍ୱଜଳ ପ୍ରକଳ୍ପ ଅନ୍ତର୍ଗତ ସୁରକ୍ଷିତ ପାନୀୟ ଜଳ ସ୍ଥାନୀୟ ବାସିନ୍ଦାଙ୍କୁ ଯୋଗାଇ ଦିଆଯାଉଛି । ବେଦାନ୍ତର ଫ୍ଲାଗ୍ଶିପ୍ ଗୋଷ୍ଠୀ ଉନ୍ନୟନ ପ୍ରୟାସ ନନ୍ଦଘର ପକ୍ଷରୁ ବିଶ୍ୱ ଜଳ ଦିବସ ପାଳନ କରାଯାଇଛି । ଏହା ସହିତ ଜଳ ଅଭାବ ଥିବା ଅଂଚଳରେ ସ୍ୱଚ୍ଛ ଜଳ ହଜାର ହଜାର ଶିଶୁ, ମା’ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ଯୋଗାଇ ଦିଆଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହା ସହିତ ଜଳ ଉପଲବ୍ଧ, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟକର ସୁବିଧା ଦେଶରେ ଯୋଗାଇ ଦେବା ଲାଗି ଗୁରୁତ୍ୱାରୋପ କରାଯାଉଛି । ନନ୍ଦଘର ପକ୍ଷରୁ ଏହାର ହିତାଧିକାରୀଙ୍କୁ ସ୍ୱଚ୍ଛ ଜଳ ଏବଂ ପରିମଳ ସୁବିଧା ଯୋଗାଣରେ ମୁଖ୍ୟ ଭୂମିକା ଗ୍ରହଣ କରାଯାଇଛି । ଏହା ସହିତ ଜଳର ସୁବିନିଯୋଗକୁ ପ୍ରଧାନ୍ୟ ପ୍ରଦାନ କରାଯାଉଛି ।


