ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା
ବୁଗୁଡା (ଅନିଲ ମହାରଣା): ବୁଗୁଡା ବ୍ଲକର ସୋରଡ଼ ଗ୍ରାମର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଉଭୟ ବିଦ୍ୟାଳୟର ମିଳିତ ପୋଷାକ ଓ ଜୋତା ବଣ୍ଟନ ମେଳା ମାର୍ଚ୍ଚ ୨୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବିଇଓ ପ୍ରଶନ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳାକୁ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଓ ଏ.କରଡ଼ାବାଡ଼ି ସରପଞ୍ଚ ଖଦାଳି ପ୍ରଧାନ ଯୋଗଦେଇ ଥିଲେ। ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାତ୍ର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ବାଡତ୍ୟା, ସିଆରସିସି ଡ଼ି.ବାସୁଦେବ ଦୋରା, ଏବଂ ଦୁଇ ସ୍କୁଲ ପରିଚାଳନା କମିଟି ସଭାପତି ଭଞ୍ଜ କିଶୋର ସ୍ଵାଇଁ ଓ ନିରଞ୍ଜନ ମହାରଣା ମଞ୍ଚାସୀନ ଥିଲେ। ଅତିଥିମାନଙ୍କ ଦ୍ୱାରା ପ୍ରାଥମିକ ବିଦ୍ୟାଳୟର ୧୦୬ ଜଣ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୩ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ ରାଯାଇଥିଲା। ସମସ୍ତ ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ, ସଭ୍ୟ, ସଭ୍ୟା ଓ ଅଭିଭାବକ ବୃନ୍ଦ ଉପସ୍ଥିତ ଥିଲେ।