ସାଲାଇ ଜଙ୍ଗଲ ନିଆଁରୁ ବୃଦ୍ଧଙ୍କୁ ଉଦ୍ଧାର କଲେ ବିଜେଡି ସଭାପତି କାଶୀନାଥ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ଓଡିଶା ସିମାନ୍ତ ତିରିଂ ଓ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ସୀମାରେ ଥିବା ସାଲାଇ ଜଙ୍ଗଲରେ ଗତ ୨୪ ତାରିଖ ସଂଧ୍ୟାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା ।ପରେ ନିଆଁ ର ପ୍ରକୋପ ବ୍ୟାପିବାରେ ଲାଗିଥିଲା ।ଜଙ୍ଗଲ ମଧ୍ୟରେ ବୁରୁସାହିରେ କିଛି ପରିବାର ରହୁଥିଲେ । ଜଙ୍ଗଲରେ ନିଆଁ ଲାଗିଥିଲା ଖବର ପାଇ ମୟୂରଭଂଜ ୨ ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ସଙ୍ଗେ ସଂଗେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ , କାଶୀନାଥ ହେମ୍ବ୍ରମ ଏବଂ ତାଙ୍କ ସହଯୋଗୀ ତୁଶୀଲ ହେମ୍ବ୍ରମ,ଚାମର ପାଇଁ ମାଝୀ,ପ୍ରଭାସ ପାତ୍ର, ଚନ୍ଦ୍ରମୋହନ ହେମ୍ବ୍ରମ,ସୁନା ଖାଁ ପ୍ରମୁଖ ନିଆଁ ଲିଭାଇବା ଏବଂ ବୁରୁସାହିର ଲୋକଙ୍କୁ ନିଆଁ ମୁହଁରୁ ରକ୍ଷା କରିବା ପାଇଁ ଜଙ୍ଗଲ ଭିତରେ ପଶିଥିଲେ ।ରାତି ୪ଟା ପାଖାପାଖି ସମୟରେ ନିଆଁକୁ ଲିଭାଇ ବୁରୁସାହିର ଜଣେ ଅସହାୟ ବୃଦ୍ଧ ଲାଖାନ ମାଝି(୭୦)ଙ୍କୁ ଉଦ୍ଧାର କରିଥିଲେ । ବିଜେଡି ଜିଲ୍ଲା ସଭାପତି , ତାଙ୍କ ସହଯୋଗୀ ଓ ବନବିଭାଗ କର୍ମଚାରୀଙ୍କ ସାହସିକତା ଓ ଦୃଢ ପଦକ୍ଷେପ ତା ଓ ଓଜୀବନକୁ ବାଜି ଲଗାଇ ଏକ ଅମୂଲ୍ୟ ଜୀବନ ରକ୍ଷା କରିଥିବାରୁ ସେମାନଙ୍କ ପ୍ରତି ଚାରିଆଡୁରଶଂସାର ଶୁଅ ଛୁଟିଛି ।


