ନିଲମ୍ବନ ଆଦେଶ ପରେ ମଧ୍ୟ ଧାନ କିଣୁଛନ୍ତି ସମ୍ପାଦକ

ବନ୍ତ, (ଚାନ୍ଦିନୀ ମହାନ୍ତି):ଧାନ କିଣାରେ ଅନିୟମିତତା ଓ ଫିଫୋ ଗାଇଡ ଲାଇନ ପାଳନରେ ଅବହେଳା କରିଥିବାରୁ ବନ୍ତ ବ୍ଲକ କେନ୍ଦୁଆପଦା ସେବା ସମବାୟ ସମିତିର ସଂପାଦକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ପାଇଁ ଗତ ୨୫ ତାରିଖରେ ଏ.ଆର.ସି.ଏସଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ନିଲମ୍ବନ ଆଦେଶ ପରେ ମଧ୍ୟ ଆଜି ସଂପୃକ୍ତ ସମିତିର ସଂପାଦକ ମଣ୍ଡିରେ ଧାନ କିଣୁଥିବାର ଦେଖାଯାଇଛି । ଏଥିନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ଏହା ମଧ୍ୟରେ ଛୁଟି ପଡି ଯାଇଥିବାରୁ ନିଲମ୍ବନ କରିବାରେ ବିଳମ୍ବ ହୋଇଛି ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ