ଡିଜିପି ଡିସ୍କ ପୁରସ୍କାର ପାଇବେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ
ଛତ୍ରପୁର (ଦେବଦତ୍ତ ମହାରଣା): ନିଜ କାର୍ଯ୍ୟକୁ ଦକ୍ଷତାର ସହ ତୁଲାଇବା ସହିତ ଲୋକଙ୍କ ଆସ୍ଥାଭାଜନ ହୋଇଥିବା ଗଞ୍ଜାମ ପୋଲିସ୍ ଜିଲ୍ଲାର ଦୁଇଜଣ ଏଏସପି, ଜଣେ ଡିଏସପି ଓ ତିନିଜଣ ଥାନା ଅଧିକାରୀ ପାଇବେ ଚଳିତ ବର୍ଷର ଡିଜିପି ଡିସ୍କ ପୁରସ୍କାର । ସେମାନେ ହେଲେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ଓ ଅଶୋକ କୁମାର ମହାନ୍ତି , ଡିଏସପି ଏସ୍ ପ୍ରଧାନ, ପୁରୁଷୋତ୍ତମପୁର ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର ମଲ୍ଲିକ ଓ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି । ଆସନ୍ତା ଅପ୍ରେଲ ୧ ରେ ୮୫ ତମ ଓଡିସା ପୋଲିସ୍ ପ୍ରତିଷ୍ଠା ଦିବସରେ ସେମାନେ ଏହି ସମ୍ମାନ ଜନକ ପୁରସ୍କାର ପାଇବେ । ଏନେଇ ଗଞ୍ଜାମ ପୋଲିସ୍ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।


