ସଦରଥାନା ପୋଲିସ ମାଡମାରିବା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡା,କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସଦର ଥାନା ପୋଲିସ ମାଡମାରି ଆହତ କରିଥିବା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସଦର ଥାନା ଅନ୍ତର୍ଗତ ଛାଞ୍ଚୁଣିଆ ଗ୍ରାମର ପ୍ରଫୁଲ୍ଲ ବେହେରାଙ୍କ ପୁଅ ହରିହର ବେହେରା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ଗତ ୨୬ତାରିଖରେ ତାଙ୍କ ବୋଉ ସରସ୍ୱତୀ ବେହେରାଙ୍କ ଅଭିଯୋଗ କ୍ରମେ ହରିହରଙ୍କ ବାପା ପ୍ରଫୁଲ୍ଲ ଓ ତାଙ୍କ ବଡଭାଇ ଏବଂ ସାନଭାଇଙ୍କୁ ଥାନାକୁ ଡକାଯାଇଥିଲା । ସେମାନେ ଦିନ ୧୧ଟା ବେଳେ ଥାନାରେ ପହଁଚିଥିବା ବେଳେ ସେମାନଙ୍କୁ ରାତି ୧୨ଟା ପର୍ଯ୍ୟନ୍ତ ଥାନାରେ ଅଟକ ରଖାଯାଇ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରାଯିବା ସହ ଠେଙ୍ଗାରେ ମାଡ ମରାଯାଇଥାନା ବାହାରକୁ ବିଦା କରିଦିଆଯାଇଥିଲା । ସେମାନଙ୍କୁ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେମାନେ ସେଠାରେ ଚିକିତ୍ସାଧିନ ଥିବା ହରିହର କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ