ଗୃହରେ ବିଦ୍ୟୁତ ତାତି: ପୁଣି ବିଧାନସଭା ମୁଲତବି
ଭୁବନେଶ୍ୱର,(ୱାଇଏନ୍ଏସ୍) : ଆଜି ଆରମ୍ଭରୁ ଚାଲିପାରିନାହିଁ ବିଧାନସଭା । ବର୍ଦ୍ଧିତ୍ ବିଦ୍ୟୁତ୍ ଦରକୁ ବିରୋଧୀ କଂଗ୍ରେସ ଓ ବିଜେପି ବିଧାୟକ ପ୍ରଶ୍ନକାଳ ଆରମ୍ଭରୁ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । କଂଗ୍ରେସ ହୋହଲ୍ଲା କରିଥିବା ବେଳେ ବିଜେପି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଲୋଗୋ ଲଗାଯିବାକୁ ନେଇ ହଟ୍ଟଗୋଳ କରିଥିଲା । ବିଜେପି ଓ କଂଗ୍ରେସ ସଦସ୍ୟ ଗୃହ ମଧ୍ୟ ଭାଗରେ ହୋହଲ୍ଲା କରିବାରୁ ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏ ମୁଲତବି ଘୋଷଣା କରିଛନ୍ତି । ୬ ମାସ ମଧ୍ୟରେ ଦୁଇ ଦୁଇଥର ବିଦ୍ୟୁତ୍ ଦର ୟୁନିଟ୍ ପିଛା ୫୦ ପଇସା ବୃଦ୍ଧି ପାଇଛି । ଏହାକୁ କଂଗ୍ରେସ ତୀବ୍ର ବିରୋଧ କରିବା ସହ ତୁରନ୍ତ ବର୍ଦ୍ଧିତ ଦରକୁ ପ୍ରତ୍ୟାହାର କରିନେବା ପାଇଁ ଦାବି କରିଛି ।


