ପିସ୍ତଲ ସହ ମୁଷା ଓରଫ କାଳିଆ ସାହୁ ଗିରଫ
ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁରର ବର୍ମାକଲୋନୀରେ ପୋଲିସ ପିସ୍ତଲ ଓ ଗୁଳି ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ବୈଦ୍ୟନାଥପୁରଥାନା ଏସ୍ଆଇ ବିଭୁତିଭୂଷଣ ସେଠୀ ପ୍ରେଟ୍ରୋଲିଂ କରୁଥିବା ବେଳେ ବର୍ମାକଲୋନୀ ରୋଡ୍ରେ କେତେକ ଦୃର୍ବତ୍ତ ସନ୍ଦେହଜନକ ଭାବେ ବୁଲୁଥିବା ଏବଂ ହଠାତ ପୋଲିସ ବାହିନୀ ଚଢ଼ାଉ ବେଳେ ଶ୍ରୀରାମନଗର ସାହି ଅଞ୍ଚଳର ମୁଷା ଓରଫ କାଳିଆ ସାହୁ (୩୧) ଧରାପଡିଥିଲେ । ଏପରିକି ଅନ୍ୟଅଭିଯୁକ୍ତ ମାନେ ଫେରାର ହୋଇଥିଲେ । ତେବେ ପୋଲିସ ଧରାପଡିଥିବା ଅଭିଯୁକ୍ତ ମୁଷା ଠାରୁ ଗୋଟିଏ ପିସ୍ତଲ, ତିନୋଟି ଗୁଳି ଓ ଗୋଟିଏ ମାଗାଜିନ ଜବତ କରିଥିବା ପ୍ରକାଶ ।