ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଆୟୋଜିତ ହେଲା ନିଯୁକ୍ତି ମେଳା

ଛତ୍ରପୁର, (ଦେବଦ‌ତ୍ତ ମହାରଣା): କୋରୋନା କାଳରେ ନିଯୁକ୍ତି ମେଳା । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ପୁରାତନ ଛାତ୍ର ସଂଙ୍ଘ ତରଫରୁ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଥିଲା । ଗୋପାଳପୁର ପୋର୍ଟ ପକ୍ଷରୁ ପୂରାତନ ଛାତ୍ରଛାତ୍ରୀ ମାନଙ୍କ ଦକ୍ଷତା ପରୀକ୍ଷା କରାଯିବା ସହ ପୋର୍ଟ ରେ ନିଯୁକ୍ତି ଦିଆଯିବା ପାଇଁ ଏହି ଅବସରରେ ଏକ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂସଦର ସଭାପତି ବ୍ରଜ ମୋହନ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କିଶୋର କୁମାର ବେହେରା ,ଛତ୍ରପୁର ବ୍ଳକ ଅଧ୍ୟକ୍ଷ ଏମ .ଧନଞ୍ଜୟ ରେଡି ,ଗୋପାଳପୁର ପୋର୍ଟର ବରିଷ୍ଠ ଅଧିକାରୀ ଏସ୍ .ସତୀଶ କୁମାର ,ସୁଶ୍ରୀ ସୁମନ ମହାପାତ୍ର ପ୍ରମୁଖ ମଞ୍ଚାସୀନ ରହିଥିଲେ । କୋରୋନା କାଳରେ ଅନେକ ରାଜ୍ୟରେ ବିଦ୍ୟାର୍ଥି ମାନେ ନିଯୁକ୍ତି ହରାଉଥିବା ବେଳେ ପୁରାତନ ଛାତ୍ର ସଂଙ୍ଘ ତରଫରୁ ଏଭଳି ପଦକ୍ଷେପ କୁ ସ୍ୱାଗତ କରିଛନ୍ତି ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟରୁ ପାଶ୍ ହୋଇଥିବା ୨୨ ଜଣ ଛାତ୍ରଛାତ୍ରୀ ଏଥିରେ ଯୋଗଦାନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଅନ୍ୟମାନଙ୍କ ମାନଙ୍କ ମଧ୍ୟରେ ଅଧ୍ୟାପିକା ଡା.ପିଙ୍କିରାଣୀ ଦାସ ,ମାନସୀ ବିଷୋୟୀ ,ବିଶ୍ବେଶ୍ୱର ପଟ୍ଟନାୟକ ,ପୂର୍ବତନ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସଭାପତି ପ୍ରଶାନ୍ତ କୁମାର ପଣ୍ଡା , ଆଇନଜୀବି ପି .ଧର୍ମାରେଡି ,ସନ୍ତୋଷ କୁମାର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ପୁରାତନ ଛାତ୍ର ସଂସଦର ସମ୍ପାଦକ ସମୀର ଆଚାର୍ଯ୍ୟ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ