ବିଭିନ୍ନ ସ୍ଥାନରେ ମେଳଣ ଉତ୍ସବ ଉଦଯାପିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ମୋବାରକପୁର ଠାରେ ୩୪ତମ ମେଳଣ ଉତ୍ସବ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ଜନସାଧାରଣ ଯୋଗଦେଇ ପାରମ୍ପରିକ ବିଧି ଅନୁଯାୟୀ ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିଥିଲେ । କୋଭିଡ ନିୟମ ଅନୁସାରେ କେବଳ ନାମ ସଂଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଥିଭାବେଳେ ଏଥିରେ ରାଧା ଗୋବିନ୍ଦଙ୍କୁ ସୁସଜ୍ଜିତ ପଟୁଆରରେ ସଜ୍ଜା ଯାଇ ପୂଜାର୍ଚ୍ଚନା କରାଯାଇଥିଲା । ମୋବାରକପୁର ମେଳଣ କମିଟି ପକ୍ଷରୁ ଲକ୍ଷ୍ମଣ ନାୟକ, ରମେଶ ଚନ୍ଦ୍ର ବେହେରା, ମାନସ ଚନ୍ଦ୍ର ଗିରି, ରାଜେଶ ପତି, କମଳାକାନ୍ତ ପରିଡା ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ । ସେହିଭଳି ମଣିନାଥପୁର ଠାରେ ପାଞ୍ଚଦିନ ଧରି ଚାଲିଥିବା ଦୋଳ ଉତ୍ସବ ପାରମ୍ପରିକ ଭାବେ ଉଦଯାପିତ ହୋଇଯାଇଛି । କରୋନା ନିୟମ କଡାକଡି ଥିବାରୁ ଉତ୍ସବ ନିରାଡମ୍ବର ଭାବେ ପାଳନ ହୋଇଥିବା ଜଣାଯାଇଛି । ଅନୁରୂପ ଭାବେ ମଞ୍ଜୁରୀରୋଡ ଠାରେ ମେଳଣ ଉତ୍ସବ ନିରାଡମ୍ବର ଭାବେ ପାଳନ କରାଯାଇଛି । କେବଳ ବିଧିଅନୁଯାୟୀ ରାଧାକୃଷ୍ଣ ବିମାନଙ୍କୁ କମିଟି ପକ୍ଷରୁ ସ୍ୱାଗତ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା ।


