ଝୁଣାବାଡିରେ ବୃକ୍ଷରୋପଣ ନିମନ୍ତେ ବଞ୍ଚାଅ ମଞ୍ଚ ପକ୍ଷରୁ ଦାବି

ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଝୁଣାବାଡି ଠାରେ ଥିବା ହେକ୍ଟର ହେକ୍ଟର ସରକାରୀ ଜମିରେ ବୃକ୍ଷରୋପଣ କରିବା ନିମନ୍ତେ ସ୍ଥାନୀୟ ଅଧିବାସୀ ଓ କେନ୍ଦୁଝର ବଞ୍ଚାଅ ମଞ୍ଚ ପକ୍ଷରୁ ଆନନ୍ଦପୁର ଡିଏଫଓଙ୍କ ନିକଟରେ ଦାବି କରାଯାଇଛି । ସେମାନଙ୍କ ଦାବି ଅନୁଯାଇ ହଦଗଡ ବନାଞ୍ଚଳ ଅଧିନସ୍ଥ ବଣିଆପଙ୍କ ବନପାଳ ଅଧିନରେ ଥିବା ଝୁଣାବାଡିରେ ୧୦ହେକ୍ଟରରୁ ଉର୍ଦ୍ଧ ଅଞ୍ଚଳ ପଡିଆ ପଡିଛି । ଏହିଠାରେ ବନ ବିଭାଗ ପକ୍ଷରୁ ଆମ୍ବ, ପଣସ, ପିଜୁଳି, ଜାମୁ, କାଜୁ, ଲିମ୍ବ, ତେନ୍ତୁଲି ଭଳି ବିଭିନ୍ନ ଫଳଗଛ ଲଗାଇଲେ ତାହା ବନ୍ୟଜନ୍ତୁଙ୍କ ପାଇଁ ଆହାର କେନ୍ଦ୍ର ହେବାସହିତ ସ୍ଥାନୀୟ ଲୋକମାନେ ମଧ୍ୟ ଉପକୃତ ହୋଇ ପାରିବେ । ଏହା ପୁର୍ବରୁ ଝୁଣାବାଡିରେ ବନ ବିଭାଗ ପକ୍ଷରୁ ଲଗାଯାଇଥିବା ଗଛ ଗୁଡିକର ବଡ ହୋଇଯାଇଥିବାରୁ ଝୁଣାବାଡି ଗ୍ରାମବାସୀ ଓ କେନ୍ଦୁଝର ବଞ୍ଚାଅ ମଞ୍ଚ ପକ୍ଷରୁ ସୁରକ୍ଷା ଦିଆଯାଉଛି । ସେହିପରି ମହୁଲପଙ୍ଖା ଶାଳ ଜଂଗଲର ସୁରକ୍ଷା ପାଇଁ ତାର ବାଡ କରାଗଲେ ଶାଳ ଜଂଗଲର ସୁରକ୍ଷା ହୋଇପାରିବ ବୋଲି ସେମାନେ ଦାବି କରିଛନ୍ତି । ସେହିପରି ଏହି ଜଂଗଲ ପାଇଁ ବନ ସୁରକ୍ଷା ସମିତି ଗଠନ କରାଯାଇ କାର୍ଯ୍ୟକାରୀ କରାଗଲେ ଜଂଗଲ ଗୁଡିକୁ ଅଧିକ ସୁରକ୍ଷା ମିଳିପାରିବ ବୋଲି କେନ୍ଦୁଝର ବଞ୍ଚାଅ ମଞ୍ଚର ସମ୍ପାଦିକା ଭାଗ୍ୟଶ୍ରୀ ବେହେରାଙ୍କ ସମେତ ରମାକାନ୍ତ ଦାସ, କଳ୍ପତରୁ ଜେନା, ସତ୍ୟଭାମା ଦାସ, ଅମର ଲୁହାର ପ୍ରମୁଖ ଗ୍ରାମବାସୀମାନେ ଦାବି ଡିଏଫଓଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ