ଉର୍ଜା-୩ କାର୍ଯ୍ୟକ୍ରମ: ଡିଆରଡିଏ ଏକାଦଶ ବିଜୟୀ
ଛତ୍ରପୁର, (ଓ୍ବାଇଏନ୍ଏସ୍):ଡିଆରଡିଏ କର୍ମଚାରୀଙ୍କ ବାର୍ଷିକ ମିଳନ ଉର୍ଜା-୩ କାର୍ଯ୍ୟକ୍ରମ ଗତ ୨ ତାରିଖଠାରୁ ଆରମ୍ଭ ହୋଇଥିବାବେଳେ ରବିବାର ଉଦ୍ଯାପନୀ ଦିବସରେ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଡିଆରଡିଏ ଏକାଦଶ ଏବଂ ଜିଲ୍ଲାର ବ୍ଲକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ଖେଳ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଏକାଦଶ ପ୍ରଥମେ ଟସ୍ ଜିତି ଫିଲ୍ଡିଂ ନିଷ୍ପତି ନେଇଥିବାବେଳେ ଡିଆରଡିଏ ଏକାଦଶ ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୧୩୨ ରନ୍ ସଂଗ୍ରହ କରିଥିବାବେଳେ ବ୍ଲକ ଏକାଦଶ ସମସ୍ତ ୱିକେଟ ହରାଇ ୫୩ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ । ଯାହାଫଳରେ ଡିଆରଡିଏ ଏକାଦ୍ଦଶ ବିଜୟ ହାସଲ କରିଥିଲେ । ଡିଆରଡିଏ ଏକାଦଶର ଉତ୍ତମ ନାୟକ ବ୍ୟକ୍ତିଗତ ଭାବେ ୬୧ ରନ୍ କରିବା ସହ ଦୁଇ ଗୋଟି ୱିକେଟ ଅକ୍ତିଆର କରି ଶ୍ରେଷ୍ଠ ଖେଳାଳି ଭାବେ ମନୋନିତ ହୋଇଥିଲେ । ସେହିପରି ବ୍ଲକ ଏକାଦଶର ଶେରଗଡ଼ ବିଡିଓ ସୁରଞ୍ଜନ କୁମାର ସାହୁ ଶ୍ରେଷ୍ଠ ୱିକେଟ ରକ୍ଷକ ଭାବେ ଏବଂ ଶ୍ରେଷ୍ଠ ବୋଲର ଭାବେ ପୁରୁଷୋତମପୁର ବ୍ଲକର ସିପି ବରୁଣ କୁମାର ମୋନନୀତ ହୋଇଥିଲେ । ପ୍ରାରମ୍ଭ ରେଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଦବୋଧନ ଦେଇ ଟୁର୍ଣ୍ଣାମେଂଟର ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଟସ ପକାଇ ଖେଳର ଶଭାରମ୍ଭ କରିଥିଲେ । ଏଥିରେ ଡିଆରଡିଏ ପିଡି ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ଏପିଡି (ପ୍ରଶାସନ) ଜ୍ୟୋତିଶଙ୍କର ରାୟ, ଏପିଡି (ଅର୍ଥ) ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ଏପିଡି (ଗ୍ରାମୀଣ ଗୃହ) ସୌମ୍ୟ ରଂଜନ ହୋତା, ଜଗଦୀଶ ସାହୁ, ରୁପେଶ ପ୍ରଧାନ, ମହେଶ ତରାଇ, ତାରକେଶ୍ୱର ରାଓ, ଅନ୍ତର୍ଯ୍ୟାମୀ ପଣ୍ଡା, ପ୍ରଫୁଲ ବେହେରା, ପିୟୁଷ ରାଠୋର, ନବ ବିଷୋୟୀ, ଏବଂ ଛତ୍ରପୁ. ଗଞ୍ଜାମ , ପୁରୁଷୋତମପୁର , ପୋଲସରା ହିଞ୍ଜିଳିକାଟୁ ଶେରଗଡ଼. ଆସିକା , ଜଗନ୍ନାଥପ୍ରସାଦ , ବୁଗୁଡ଼ା , ବେଲଗୁଣ୍ଠା ଓ ଦିଗପହଣ୍ଡି ବିଡିଓ ଟୁର୍ଣ୍ଣାମେଂଟରେ ସାମିଲ ହୋଇଥିଲେ । ଖେଳକୁ ପରିଚାଳନା କରିବାରେ ପିଂଟୁ ବେହେରା, ପ୍ରିୟରଞ୍ଜନ ପାତ୍ର, ଶୁଭବ୍ରତ ମିଶ୍ର, ସୁନିତା ପାତ୍ର, ସୁଶାନ୍ତ ଦାସ, ଅରୁଣ ମହାନ୍ତି ଓ ତପନ ସ୍ୱାଇଁ ସହଯୋଗ କରିଥିଲେ । ସେକ୍ସନ ଅଫିସର ପ୍ରଶାନ୍ତ କୁମାର ଶତପଥୀ ଭାଷ୍ୟକାର ଭାବେ ସମ୍ପୂର୍ଣ୍ଣ ଖେଳର ଧାରା ବିବରଣୀ ପାଠ କରିଥିଲେ ।