କେନ୍ଦ୍ରାପଡା ସରକାରୀ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ବିଧାୟକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ସର୍ବପୁରାତନ କେନ୍ଦ୍ରାପଡା ସରକାରୀ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା । ଏହି ଅବସରରେ ସେ ସ୍କୁଲ ପରିଦର୍ଶନରେ ଯାଇ ସ୍କୁଲ ପରିସରକୁ ବୁଲି ଦେଖିଛନ୍ତି । ସ୍କୁଲ ପରିସରରେ ଥିବା ବହୁ ପୁରାତନ, ଅବ୍ୟବହୃତ ତଥା ବିପଦ ସୃଷ୍ଟି କରୁଥିବା ଶ୍ରେଣୀ ଗୃହ ଗୁଡିକୁ ଭଙ୍ଗାଯିବା ପରେ ସେହିସ୍ଥାନରେ ନୂତନ ଶ୍ରେଣୀଗୃହ ନିର୍ମାଣ କରାଯିବାକୁ ଉପସ୍ଥିତ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ୍ତ କୁମାର ମହାନ୍ତିଙ୍କୁ ନିର୍ଦେଶ ଦେଇଥିବା ସୂଚନା ମିଳିଛି । ଏଥିସହିତ ସେହି ସ୍କୁଲ ପରିସରରେ ଥିବା ପୁରାତନ ଐତିହ୍ୟ ବଟବୃକ୍ଷକୁ ସୁରକ୍ଷିତ ଭାବେ ରଖାଯିବାକୁ ମଧ୍ୟ ନିର୍ଦେଶ ଦେଇଥିଲେ । ସେହି ହାଇସ୍କୁଲ ପରିସରକୁ ସର୍ବାଙ୍ଗ ସୁନ୍ଦର କରି ଗଢିତୋଳିବାକୁ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ବିଧାୟକ ଶ୍ରୀ ବେହେରା ପ୍ରତିଶୃତି ଦେଇଛନ୍ତି । ସେଠାରେ ଉପସ୍ଥିତ ଥିବା ହାଇସ୍କୁଲର ପ୍ରଧାନ ଶିକ୍ଷକ ଉପେନ୍ଦ୍ର ନାଥ ସ୍ୱାଇଁ, ବିଦ୍ୟାଳୟ ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷ ଡା. ବିଶ୍ୱ ପ୍ରକାଶ କାନୁନଗୋ, ପୁରାତନ ଛାତ୍ରସଂସଦର ସମ୍ପାଦକ ଚିତ୍ତରଞ୍ଜନ ଭଗତ, ଆଇନଜୀବି ଦେବଦାସ ମହାନ୍ତି, ଯୁବନେତା ମହେନ୍ଦ୍ର ମିଶ୍ର ପ୍ରମୁଖଙ୍କ ସହ ହାଇସ୍କୁଲର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବା ପାଇଁ ବିଧାୟକ ପ୍ରତିଶୃତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଞ୍ଜନ କର,ପୂର୍ତ୍ତ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ବିଜୟାନନ୍ଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ