ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟାଙ୍କ ତାଲିମ ପ୍ରସ୍ତୁତି ବୈଠକ

ଭଞ୍ଜନଗର, (ସନ୍ତୋଷ ଜେନା): ଡୁମାକୁମ୍ପା କ୍ଳଷ୍ଟର ସ୍ତରୀୟ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟାଙ୍କ ତାଲିମ ନିମିତ୍ତ ପୂର୍ବ ପ୍ରସ୍ତୁତି ବୈଠକ ଓ ମୋଡୁଲ ଆଲୋଚନା ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଳଷ୍ଟରର ପ୍ରତି ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକଙ୍କ ସମେତ ଦୁଇଜଣ ଲେଖାଏଁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଆସନ୍ତା ଏପ୍ରିଲ 7,8,9 ଏହି ତିନି ଦିନ ଧରି ହେବାକୁ ଥିବା ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ସଦସ୍ୟାଙ୍କ ତାଲିମ ଶିବିରର ସୁପରିଚାଳନା ସହ ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଏହି ତାଲିମ ନମିତ୍ତ ଥିବା ମୋଡୁଲର ସଠିକ ଧାରଣା,କ୍ଳାସ କରିବା ସହ ଏହି ମେମ୍ବର ମାନଙ୍କୁ କିପରି ବିଦ୍ୟାଳୟର ପ୍ରତିଟି କାର୍ଯ୍ୟକ୍ରମରେ ଉତ୍ସାହର ସହ ସାମିଲ କରାଯିବ ସେ ସମ୍ବନ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ସି.ଆର୍.ସି.ସି ତ୍ରିନାଥ ବେହେରା, ଦୁଇ ବରିିଷ୍ଠ ପ୍ରଧାନ ଶିକ୍ଷକ ତଥା ଷ୍ଟେଟ ରିସୋର୍ସ ପରସନ ନେତାଜୀ ବିଷୋୟୀ,ଦଲ୍ଲିପ କୁମାର ଦାଶ,ସାର୍ଦ୍ଦୁଳ ରାଧାକୃଷ୍ଣ ସ୍ବାମୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାସ୍କର ପାଣି ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାର କୌଶଳ ଗୁଡିକୁ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ବେହେରା,ଟିକିରାମ ସାହୁଙ୍କ ସମେତ ପ୍ରଧାନଶିକ୍ଷକ ଦାଶରଥୀ ବିଷୋୟୀ, ପୂର୍ଣ୍ଣଚନ୍ଦ୍ର ବେହେରା,ହାଡୁବନ୍ଧୁ ନାୟକ,ଅଶ୍ବିନୀ କୁମାର ବେହେରା,ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଶିକ୍ଷକ ରମେଶ ଚନ୍ଦ୍ର ବେହେରା,ତ୍ରିନାଥ ପ୍ରଧାନ,ଗଣେଶ ନାୟକ,କାଳୀ ଚରଣ ନାୟକ,ଶରତ ଚନ୍ଦ୍ର ନାୟକ,ଭଞ୍ଜ କିଶୋର ପ୍ରଧାନ,ରଘୁନାଥ ରାଉତ,ପ୍ରସନ୍ନ କୁମାର ଷଢଙ୍ଗୀଙ୍କ ସମେତ ଶିକ୍ଷୟିତ୍ରୀ ସରୋଜିନୀ ସ୍ବାଇଁ, ପୁଷ୍ପଲତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଏହି ପ୍ରଶିକ୍ଷଣ ମୋଡୁଲ ସମ୍ବନ୍ଧୀୟ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ । ପ୍ରକାଶ ଥାଉ କି ଏହି ତାଲିମ ଶିବିର ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ସରକାରୀ ନିର୍ଦ୍ଦେଶନାମା ବାହାରିଛି । କିନ୍ତୁ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏଥର କ୍ଳଷ୍ଟର ସ୍ତରୀୟ ପ୍ରଶିକ୍ଷଣ ଶିବିର ନ ହୋଇ ପ୍ରତି ବିଦ୍ୟାଳୟ ସ୍ତରରେ ଏହା ଆୟୋଜନ କରିବାକୁ ସରକାର ନିଷ୍ଷତ୍ତି ନେଇଛନ୍ତି । ଯେହେତୁ ପ୍ରତି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏହି ପ୍ରଶିକ୍ଷଣ ପ୍ରଦାନ କରିବେ ଏଣୁ ଏହି ସହଯୋଗ ତାଲିମ ପ୍ରଶିକ୍ଷଣର ମୋଡୁଲ ସମ୍ବନ୍ଧୀୟ ପୂର୍ବ ଜ୍ଞାନ ଓ ପ୍ରଶିକ୍ଷଣ ପ୍ରଦାନ କୌଶଳ ସମ୍ବନ୍ଧରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପୂର୍ବ ପ୍ରସ୍ତୁତି ର ଆବଶ୍ୟକତା ରହିଛି ବୋଲି ଆଜିର ଏହି ବୈଠକ ଅନୁଷ୍ଠିତ କରାଯାଇଛି ବୋଲି ସି.ଆର୍.ସି.ସି ତ୍ରିନାଥ ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ