ପୋଖରୀରେ ବୁଡି ଶିଶୁ ମୃତ

ରାଇରଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଅନ୍ତର୍ଗତ ଅସନା ଗ୍ରାମପଞ୍ଚାୟତ ଭାଲୁଗୋଡା ଗ୍ରାମର ପୋଡା ଗ୍ରାମ ବୁରୁସାହି’ ର ଖଡିଆ ଜନଜାତିର ସୁନା ଦେହୁରୀ’ଙ୍କ ୩’ବର୍ଷ ବୟସ୍କ ନାବାଳକ ଶିଶୁପୁତ୍ର ସୁକୁରା ଦେହୁରୀ’ ସୋମବାର ଦିନ ମାଆ ଗୁରୁବାରୀ ଦେହୁରୀ’ଙ୍କ ସହିତ ଅପରାହ୍ନ ୪’ ଘଟିକା ସମୟରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରିଛି।ମାଆ ଲୁଗାପଟା ଧୋଇବାରେ ବ୍ୟସ୍ତ ଥିବାବେଳେ ଶିଶୁଟି ପାଣିରେ ଖେଳୁଖେଳୁ ବୁଡି ଯାଇଥିଲା।କପଡା ଧୋଇବାରେ ମଗ୍ନ ଥିବା ମାଆ ଏହା ଜାଣି ପାରି ନଥିଲେ।ଶିଶୁଟିର ମୃତଦେହ ପାଣିରେ ଭାସୁଥିବା ଦେଖି ଶିଶୁଟିକୁ ତୁରନ୍ତ ପାଣିରୁ ବହାର କରିଥିଲେ।ମାଆ କାନ୍ଦ ବୋବାଳି କରି ପାଟିତୁଣ୍ଡ କରିବାରୁ ପରିବାର ଲୋକଙ୍କ ସହିତ ପୋଡଶୀ ଲୋକେ ପହଞ୍ଚି ଶବଟିକୁ ଘରକୁ ଆଣିଥିଲେ।ଖବର ପାଇ ଝରାଡିହି ଫାଣ୍ଡି ଅଧିକାରୀ ଦୁଃଖବନ୍ଧୁ ନାୟକ ଘଟଣା ସ୍ଥଳକୁ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଶିଶୁଟିର ଶବ ବ୍ୟବଚ୍ଛେଦ ପାଇଁ ଆଜି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି।ଏନେଇ ତିରିଂ’ଥାନା ରେ କେଶ୍ ନଂ ୦୬/୨୧’ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।ଏକମାତ୍ର ଶିଶୁପୁତ୍ର କୁ ହରାଇ ଦୁଃଖରେ ଭାଙ୍ଗିପଡିଥିବା ଏହି ଖଡିଆ ଜନଜାତି ର ଗରିବ ଖଟିଖିଆ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ