ପୁଣି ଅଲୋଡା ହେଲା ନବଜାତ ଶିଶୁ ପୁତ୍ର
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ଶିଶୁକନ୍ୟା ଅଲୋଡା ହେବା ଘଟଣା ସମସ୍ତେ ଜାଣିଥିଲେ ଓ ଶୁଣିଥିଲେ। ଆଜି କିନ୍ତୁ ଏକ ଶିଶୁପୁତ୍ର ଅଲୋଡ଼ା ହେବା ଘଟଣା ସାମ୍ନା କୁ ଆସିଛି। ଏପରି ଏକ ଅଭାବନୀୟ ଘଟଣା ସାମ୍ନା କୁ ଆସିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଏକଡାଳି ଗ୍ରାମରୁ। ଗ୍ରାମର ଏକ ବୁଦା ରୁ ନବଜାତ ଶିଶୁ ପୁତ୍ର ଟିକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଗ୍ରାମର ଜଣେ ଛୁଆ ଦିନ ୯.୩୦ ରୁ ୧୦.୦୦ ଟା ସମୟରେ ଶୌଚ ପାଇଁ ଯାଇଥିବା ବେଳେ ଶିଶୁଟିର କ୍ରନ୍ଦନ ଶୁଣି ପରିବାର ଲୋକଙ୍କୁ କହିଥିଲେ। ପରେ ପରିବାର ଲୋକେ ଗାଁ ଲୋକଙ୍କ ସହିତ ଶିଶୁ ଟିକୁ ବୁଦା ରୁ ଉଦ୍ଧାର କରି ଆଣିଥିଲେ।ସେଠାରେ ନବଜାତ ଶିଶୁପୁତ୍ର ଟିର ଯତ୍ନ ନେବା ସହିତ ପୋଲିସ ଓ ୧୦୨ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ। ତେବେ ଆମ୍ବୁଲାନ୍ସ କର୍ମଚାରୀ ମାନେ ସେଠାରେ ପହଞ୍ଚି ଶିଶୁପୁତ୍ର ଟିକୁ ଉଦ୍ଧାର କରି ବିଜାତଳା ସ୍ବାସ୍ଥ୍ୟ ଗୋଷ୍ଠୀ କେନ୍ଦ୍ର କୁ ଆଣିଥିଲେ। ତେବେ ଏଠାରେ ଏକ ବଡ଼ ପ୍ରଶ୍ନ ଉଠୁଛି ଯେ କାହିଁକି ଏବଂ କେଉଁ ପରିସ୍ଥିତିରେ ଶିଶୁପୁତ୍ର ଟିକୁ ଜନ୍ମ ଦେଇ ଜନ୍ମ କରିଥିବା ମା ଫିଙ୍ଗି ପଳାଇ ଯାଇଥିଲେ। ସେପଟେ ଅନୈତିକ ସମ୍ପର୍କ ଯୋଗୁଁ ଲୋକଲଜ୍ଜା ଭୟରେ କେହି ଯୁବତୀ ଛୁଆ ଟିକୁ ଜନ୍ମ ଦେବା ପରେ ବୁଦା ମୁଳରେ ଫିଙ୍ଗି ଦେଇଥିବା ଗାଁ ଲୋକେ ଅନୁମାନ କରୁଛନ୍ତି। ଅନ୍ୟପଟେ ଶିଶୁପୁତ୍ର ଟିକୁ ବିଜାତଳା ମେଡିକାଲ ରୁ ରାଇରଙ୍ଗପୁର ଡାକ୍ତରଖାନା କୁ ପଠାଇ ଦିଆଯାଇଥିଲା କିନ୍ତୁ ସେଠାରେ ଶିଶୁପୁତ୍ର ଟିର ମୃତ୍ୟୁ ଘଟିଥିଲା।