ବିପୁଳ ପରିମାଣର ଗଞ୍ଜେଇ ବୋଝେଇ କାର ଜବତ, ୨ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି, (‌ୱାଇଏନ୍‌ଏସ୍ ): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ର  ମୌଳାଭଣଜା ବ୍ରିଜ ନିକଟ ରୁ  ଦିଗପହଣ୍ଡି ଆଇ ଆଇ ସି ବସନ୍ତ କୁମାର ସେଠୀ ସଦଳବଳେ ଏକ ଗଞ୍ଜେଇ ବୋଝେଇ କାର କୁ ଜବତ କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଆଧାର ରେ ଆଇ ଆଇ ସି   ମଙ୍ଗଳବାର ଭୋର ପ୍ରାୟ ୫ ଟା ସମୟରେ ଉକ୍ତ ଗଞ୍ଜେଇ ବୋଝେଇ କାର କୁ ପିଛା କରି ଫିଲ୍ମ୍ ଷ୍ଟାଇଲ ରେ ଧରିଥିଲେ। ରାତ୍ରି କାଳୀନ ପା ଟ୍ରୋ ଲିଂ ସାରି ପୋଲିସ ଟିମ୍ ଥାନାକୁ ଫେରୁଥିବା ବେଳେ ଗଞ୍ଜାମ ଜିଲା ପାଟପୁର ଥାନା କଂସମାରୀ ଗ୍ରାମ ରୁ  ବ୍ରହ୍ମପୁର ଅଭିମୁଖେ ଦୃତଗତି  ରେ ଯାଉଥିବା  ହୁଣ୍ଡାଇ କାର୍ ନଂ.(ଓ ଡି ୦୨ ପି – ୨୬୭୨) କୁ ଅଟକାଇଥିଲେ। କାର ଟି ଅଟକିବାର ବାହାନା କରି ପୋଲିସ କର୍ମଚାରୀ ମାନେ କାର ପାଖକୁ ଆସିବା ପୂର୍ବରୁ ପୁଣି ଥରେ ଦୃତଗତି ରେ ଚାଲିଯାଇଥିଲା। ପୋଲିସ ଗାଡି ରେ ଆଇ ଆଇ ସି ଗୋଡ଼ାଇ ଗୋଡ଼ାଇ ବ୍ରିଜ ନିକଟରେ ଧରିଥିଲେ। କାର ଟି କୁ ଖାନ ତଲାସ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ଥାନା ମାମଲା ନଂ. ୮୧/୨୧ ଅନୁଯାୟୀ  ଗଞ୍ଜେଇ  ଚୋରା ଚାଲାଣ ମାମଲା ରେ ସମ୍ପୃକ୍ତ ଥିବା କଂସମାରୀ ଗ୍ରାମର ସୁଦର୍ଶନ ଦୋରା ଓ   ପାଟପୁର ଥାନା କତାପଲ୍ଲୀ ଗ୍ରାମର ଗାଡି ଚାଳକ ତଥା କାର ମାଲିକ ରଞ୍ଜିତ ଗୌଡ଼ ଙ୍କୁ ଗିରଫ କରିଛନ୍ତି। ବୁଧବାର ଉଭୟ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜିଲା ଜଜ କୋର୍ଟ କୁ ଚାଲାଣ କରାଯିବ ବୋଲି ଆଇ ଆଇ ସି କହିଛନ୍ତି। ଅଭିଯୁକ୍ତ ମାନଙ୍କ ନିକଟରୁ ଦିଗପହଣ୍ଡି ଅତିରିକ୍ତ ତହସିଲଦାର ତଥା  ଏକ ଜି କ୍ୟୁଟିଭ ମାଜିଷ୍ଟ୍ରେଟ ରମେଶ ଚନ୍ଦ୍ର ବେହେରା ଙ୍କ ଉପସ୍ଥିତିରେ ୧୧୭ କେ.ଜି ଗଞ୍ଜେଇ ଜବତ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଏସ ଆଇ ସସ୍ମିତା ସେଠୀ ଜଣାଇଛନ୍ତି। ଜବତ ଗଞ୍ଜେଇ ର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫  ଲକ୍ଷ ଟଙ୍କା ହେବ ବୋଲି ପୋଲିସ ର ପ୍ରାଥମିକ ଆକଳନରୁ ଜଣାପଡିଛି।  ଏହି ଚଢ଼ାଉ ଧର ପଗଡ ବେଳେ ଦିଗପହଣ୍ଡି ଥାନା ଏସ ଆଇ  ମାଧବ ଚନ୍ଦ୍ର ଟାକ୍ରି,ହାବିଲଦାର ନାରାୟଣ ପାଣିଗ୍ରାହୀ,ସନ୍ତୋଷ ଜାଲ, ସୁରେଶ ସେଠୀ ପ୍ରମୁଖ  ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ