କୁଶପଡା ପଞ୍ଚାୟତରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଦିଗପହଣ୍ଡି, (‌ୱାଇଏନ୍‌ଏସ୍‌): ଦିଗପହଣ୍ଡି ବ୍ଳକ  କୁଶପଡା ପଞ୍ଚାୟତର ବିଭିନ୍ନ ଗ୍ରାମରେ  ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ  ଦିଗପହଣ୍ଡି ବ୍ଳକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ ଙ୍କ ସମେତ କୁଶପଡା ସରପଞ୍ଚ ପ୍ରତିନିଧି ଏସ୍ . ଗାନ୍ଧୀ ଦୋରା , ସାମାଜିକ କର୍ମୀ ବି . ବାଲାଜୀ ରେଡ୍ଡୀ , ଜି. ସନ୍ତୋଷ ଦୋରା ପ୍ରମୁଖ ସାମିଲ ରହି ପଞ୍ଚାୟତ ଅଧୀନ କୁଶପଡା , କେଦାରପୁର , ପତାଣ୍ଡ ଏବଂ କେ . ସାମନ୍ତରାପୁର ଗ୍ରାମ ପରିକ୍ରମା କରି ଲୋକେ କିପରି ମଶା ଦାଉରୁ ରକ୍ଷା ପାଇପାରିବେ ଏବଂ ମ୍ୟାଲେରିଆ ଭଳି ମାରାତ୍ମକ ରୋଗରୁ ମୁକ୍ତି ପାଇପାରିବେ ସେ ନେଇ ଗ୍ରାମାଞ୍ଚଳ  ଲୋକ ଙ୍କୁ ସଚେତନ କରିବା ସହ ପ୍ରାୟ ୨୫ ଶହ ମଶାରୀ ବଣ୍ଟନ କରି ଫେରିଥିବା ଜଣାପଡିଛି । ବ ମୋ କେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଭା ର ପ୍ରାପ୍ତ  ମେଡିକାଲ ଅଫିସର ଡ଼. ବିଜୟ କୁମାର ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ମହିଳା ସ୍ବାସ୍ଥ୍ୟକର୍ମୀ , ଆଶାକର୍ମୀ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ