ଓଡ଼ିଶାରେ ପହଞ୍ଚିଲା ଅଢ଼େଇ ଲକ୍ଷ କରୋନା ଟିକା
ଭୁବନେଶ୍ୱର (ୱାଇଏନ୍ଏସ୍): ଆଜି ଓଡ଼ିଶ।।ର ରାଜଧାନୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି କରୋନା ଟିକା । ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା ଆସିଥିବା ଜଣାପଡିଛି । ଟିକା ନେବା ପାଇଁ ବିଭିନ୍ନ ଜିଲ୍ଲାରୁ ଗାଡ଼ି ଭୁବନେଶ୍ୱରରେ ପହଞ୍ଚିଛି । ଟିକାର ଅଭାବ ରହିଥିବା ବେଳେ ଏହି ଟିକା ପହଞ୍ଚିବା ପରେ ସାମାନ୍ୟ ଆଶ୍ବସ୍ତି ମିଳିଛି। ତେବେ ଭୁବନେଶ୍ୱରରେ ଟିକା ପହଞ୍ଚିବା ପରେ, ସବୁ ଜିଲ୍ଲାକୁ ଟିକା ଗାଡ଼ି ଜରିଆରେ ଟିକା ପଠାଯିବ । ଆସନ୍ତାକାଲି ରାଜ୍ୟର ସମସ୍ତ ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଆସନ୍ତାକାଲି ଠାରୁ ଏପ୍ରିଲ ୧୪ ଯାଏ ପାଳିତ ହେବ ଟିକା ଉତ୍ସବ । ତେଣୁ ଟିକା ଉତ୍ସବକୁ ସଫଳ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଛି । ଚିଠିରେ ତୁରନ୍ତ ରାଜ୍ୟ ସରକାରଙ୍କୁ ୨୫ ଲକ୍ଷ କୋଭିସିଲ୍ଡ ଡୋଜ ପଠାଇବାକୁ ଅନୁରୋଧ କରାଯାଇଛି ।


