ଦଣ୍ଡ ନୃତ୍ୟ ମାଧ୍ୟମରେ କରୋନା ସଚେତନତା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା ପାଇଁ ସମସ୍ତେ ଚିନ୍ତିତ। କିଭଳି କରୋନାକୁ ମୁକାବିଲା କରାଯାଇପାରିବ ସେ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ବନ୍ଦୋବସ୍ତ କରିବା ସହ ସଚେତନତା ଜାରି ରଖିଛନ୍ତି। ତଥାପି କରୋନା ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି। ଏହା ଭିତରେ କନ୍ଧମାଳ ଜିଲ୍ଲା ବାଲିଗୁଡାର ଦକ୍ଷିଣ କାଳୀ ଓ ଘୁ.ଉଦୟଗିରି ସହରରେ ପ୍ରଭୁ ଆନନ୍ଦେଶ୍ବର ଏବଂ ମା’ରୁଦ୍ରକାଳୀଙ୍କ ୧୩ ଦିନିଆ ଦଣ୍ଡଯାତ୍ରା କୋଭିଡ୍ କଟକଣା ଭିତରେ କେବଳ ପୂଜାପାଠ ପରମ୍ପରା ଭିତରେ ପାଳିତ ହେଉଛି। ଫଳରେ ଚଳିତବର୍ଷ ଆଉ ରଙ୍ଗୀନ ଆଲୋକମାଳା, ଯାତ୍ରା ପେଣ୍ଡାଲ ଓ ସାଉଣ୍ଡ୍ ଶୁଭୁନି।ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମନୋରଞ୍ଜନ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି। କିନ୍ତୁ ପାରମ୍ପରିକ ଦଣ୍ଡରେ କୋଭିଡ୍ ସଚେତନତା କରାଯାଉଥିବା ଦେଖିବାକୁ ମିଳିଛି। କରୋନା ରୋଗ ବିଷୟରେ ଲୋକଙ୍କୁ ସଚେତନ କରୁଛନ୍ତି କଳାକାର। କରୋନା ଭୂତାଣୁ ବେଶଧାରୀ କିଛି କଳାକାର ନାଚଗୀତ ଅଭିନୟ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଥିବା ଦୃଶ୍ୟ ଦେଖୁବାକୁ ମିଳିଛି। ମାସ୍କ୍ ବ୍ୟବହାର କରନ୍ତୁ ଏବଂ ସାମାଜିକ ଦୂରତା ରକ୍ଷାକରନ୍ତୁ ବୋଲି ସଚେତନତା ବାର୍ତ୍ତା ପିଠିରେ କଳାକାର ମାନେ ଲେଖି ସହର ପରିକ୍ରମା କରୁଛନ୍ତି। କରୋନା ରୋଗର ଲକ୍ଷଣ ଓ ଏହା ଦାଉରୁ ରକ୍ଷା ପାଇବା ନିମନ୍ତେ ଆମକୁ କଣ କଣ ପଦକ୍ଷେପ ନେବାକୁ ପଡ଼ିବ ତା’ଉପରେ ପ୍ରାଞ୍ଜଳ ଭାବେ ନିଜ ଅଭିନୟ, ଗୀତ ଓ ନାଚ ମାଧ୍ୟମରେ ଲୋକଙ୍କୁ ହସାଇ ହସାଇ ସଚେତନ କରୁଥିବା ଦେଖିବାକୁ ମିଳୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ