ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ

ହାଟଡ଼ିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତ ମାଙ୍କଡମୁଣ୍ଡିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଲାଭ କରୁଥିବା ବାଙ୍ଗୋର ଗ୍ରାମର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗଡଚଣ୍ଡୀ ପୀଠ ଠାରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରମୋହନ ପଣ୍ଡା, ପ୍ରାକ୍ତନ ସହକାରୀ ଶିକ୍ଷକ ଅନାଦି ଚରଣ ବିନ୍ଧାଣି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ କର୍ମହିଁ ଜୀବନର ମୁଳମନ୍ତ୍ର, ଏବଂ ସତକର୍ମଦ୍ୱାରା ଜୀବନର ଲକ୍ଷ ସାଧିତ ହୁଏ ବୋଲି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେବାସହ ସମାଜ ସେବାରେ ନିଜକୁ ନିୟୋଜିତ କରିବାପାଇଁ ଆହ୍ୱାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ତରଫରୁ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ହିମାଶୁଂ ଶେଖର ସାହୁ, ଅନିଲ ସାହୁ, ଜନାର୍ଦ୍ଦନ ମହାରଣା, କୁମୁଦୁନି ଟୁଡୁ, ଅଞ୍ଜନା ପରିଡା, ଦୀପକ ପରିଡା, ନିରଞ୍ଜନ ପାତ୍ର, ସଞ୍ଜିବ ସାହୁ, ହିମାଶୁଂ ବାରିକ, ଅଲିଭା ରାଉତ, ବିଣାପାଣି ନାଥ, ଡମ୍ବରୁ ବାହାଦୁର ଛେତ୍ରୀ, ବିକ୍ରମ ବାହାଦୁର ଛେତ୍ରୀ, ରାଜୁ ସ୍ୱାଇଁ, ଆଲୋକ ସାହୁ, ପାର୍ବତୀ ମହାକୁଡ, ଉମା ପାତ୍ର, ଶ୍ରୀଧର ପାତ୍ର, ଗୀତା ବିନ୍ଧାଣୀ,ସସ୍ମିତା ପରିଡା, ଅଜୟ ସାହୁ, କାବେରୀ ଭୋଇ, ନିର୍ମଳ ବେହେରା, ଜୀନା ଖାତୁନ, ସରିତା ବିନ୍ଧାଣି, ବିମଳା ରାଉତ, ରଣଜିତା ନାୟକଙ୍କ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ