ଲକ୍ଷାଧିକ ଟଙ୍କାର ସୁନାଗହଣ ଲୁଟି ନେଲେ ଲୁଟେରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଆଜି ଭୋର ସମୟରେ ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ନିକଟରେ ଥିବା ଏକ ଘରେ ଚୋର ମାନେ ବାହାର ପଟୁ ଗ୍ରୀଲ କାଟି ଘରେ ପ୍ରବେଶ କରି ଆଳମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା, ରୂପା, ପାଟଶାଢୀ ଲୁଟି ଲୁଟେରାମାନେ ଫେରାର ହୋଇଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଘରର ମାଲିକ ମନୋଜ ନାଗେନ୍ଦ୍ର ପଣ୍ଡା ଅବସରପ୍ରାପ୍ତ ସାମରିକ ବାହିନୀ କର୍ମଚାରୀ । ନିଜ ପରିବାର ସହ ପୁଅ ପାଖକୁ ତିନିମାସ ହେବ ହାଇଦ୍ରାବାଦ ଚାଲିଯାଇଛନ୍ତି । ଏହାର ସୁଯୋଗ ନେଇ ଲୁଟେରାମାନେ ଏହି କାଣ୍ଡ ଭିଆଇଥିବାର ଜଣାପଡିଛି । ଆଜି ଭୋର ସକାଳେ ସେହି ଖଞ୍ଜା ସାହିରେ ରହୁଥିବା ଘର ମାଲିକଙ୍କ ଶଳା ମନୋଜ କୁମାର ପଣ୍ଡା ଫୁଲ ତୋଳିବା ପାଇଁ ସେହି ଘରକୁ ଯାଇଥିବା ବେଳେ ଘର ଭିତରେ ଲାଇଟ ଜଳୁଥିବା ଦେଖିଥିଲେ । ଘରର ତାଲା ମଧ୍ୟ ଭାଙ୍ଗିଥିବାର ଦେଖିବାକୁ ପାଇଥିଲେ । ଏହାସହ ଘର ଭିତରେ ଦେଖିବା ବେଳକୁ ବାରିପଟ କବାଟ ଚାବି ଭାଙ୍ଗିଛି । ଏହାପରେ ସେ ନିକଟରେ ଥିବା ଆଦର୍ଶ ଥାନାକୁ ତୁରନ୍ତ ଖବର ଦେଇଥିଲେ । ପାରଳାଖେମୁଣ୍ଡି ପୋଲିସ ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ