ରାଜଧାନୀ ପ୍ରତିଷ୍ଠା ଦିବସରେ ଭୁବନେଶ୍ୱରରେ ଜଳ ସଙ୍କଟକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ସାଇରାମ ଗାନ୍ଧୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ୭୩ ତମ ରାଜଧାନୀ ପ୍ରତିଷ୍ଠା ଦିବସରେ ଭୁବନେଶ୍ୱରକୁ ମିଳିଥିଲା ରାଜଧାନୀର ମାନ୍ୟତା । ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ରାଜଧାନୀ ପ୍ରତିଷ୍ଠା ହୋଇଥିଲା । ମନ୍ଦିର ମାଳିନୀ ସହର ସ୍ମାର୍ଟ ସିଟିର ମାନ୍ୟତା ପାଇଛି । ବଢିଛି ରାଜଧାନୀର କଳେବର । ଭୁବନେଶ୍ୱରର ଜନସଂଖ୍ୟା ୧୫ ହଜାରରୁ ବଢି ଏବେ କୋଟିଏରେ ପହଞ୍ôଚଲାଣି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ସୌନ୍ଦର୍ଯ୍ୟକରଣରେ ନୂଆ ରୂପ ପାଇଛି ରାଜଧାନୀ ଭୁବନେଶ୍ୱର । ଆଧୁନିକତାର ଚାକଚାକ୍ୟ ଭିତରେ ଏଠାରେ ବଦଳିଛି ଲୋକଙ୍କ ଜୀବନଧାରଣର ମାନ । କଟକ, ପୁରୀ, ଖୋର୍ଦ୍ଧା ଯାଏ ଲମ୍ବିଗଲାଣି ରାଜଧାନୀ ଭୁବନେଶ୍ୱରର କାୟାକଳ୍ପ । ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସାଇରାମ ଗାନ୍ଧୀ ରାଜଧାନୀରରେ ଜଳ ସଙ୍କଟକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।


