କାନପୁର ବିସ୍ଥାପିତଙ୍କ ସହ ଆଲୋଚନା

ଯୋଡ଼ା (ଯୁଗାଦ୍ଦ) କାନପୁର ବୃହତ ଜଳସେଚନ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଦଡୁଆଁ ଗ୍ରାମର ବିସ୍ଥାପିତ ମାନେ ବୁଧବାର ଅପରାହ୍ନରେ କାନପୁର କାର୍ଯ୍ୟାଳୟରେ ମୂଖ୍ୟ ନିର୍ମାଣଯନ୍ତ୍ରୀଙ୍କ ସହ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିସ୍ଥାପିତ ମାନେ ସ୍ଥାନୀୟ ଧୁବଲାବେଡା ଠାରେ ଥଇଥାନ କରିବାକୁ ତୁରନ୍ତ ଦାବି କରିଥିଲେ । ଆଜି ପର୍ଯ୍ୟନ୍ତ ଏହି ସ୍ଥାନଟି କୋଲନୀ ନିର୍ମାଣ ପାଇଁ ଚିହ୍ନଟ କରାଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଉକ୍ତ ଜାଗା ର ଉନ୍ନତିକରଣ କରାଯାଇ ନାହିଁ । ଫଳରେ ବିସ୍ଥାପିତ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ବିସ୍ଥାପିତଙ୍କ ପ୍ରତି ତୁରନ୍ତ ଥଇଥାନ କରାନଗଲେ ଆଗାମୀ ଦିନରେ ଧାରଣାରେ ବସିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି । ଉକ୍ତ ବୈଠକରେ ମୂଖ୍ୟନିର୍ମାଣଯନ୍ତ୍ରୀ ମହେନ୍ଦ୍ର କୁମାର ଭୂୟାଁ ଙ୍କ ସହ ବିସ୍ଥାପିତ ପକ୍ଷରୁ ସୁରେଶ ଗିରି, ରବି ପାତ୍ର, ବିରସିଂ ମୁଣ୍ଡା, ବିଷେଶ୍ୱର ପାତ୍ର ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ