ଶରତ ଚନ୍ଦ୍ର କଲଚାର ଏକାଡେମୀ ପକ୍ଷରୁ ବିଷୁବ ମିଳନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ସ୍ଥିତ ଶରତଚନ୍ଦ୍ର କଲଚରାଲ ଏକାଡେମୀ ପକ୍ଷରୁ ମହାବିଷୁବ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ସଭାପତି କାହ୍ନୁଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କିଶୋର ଚନ୍ଦ୍ର ଦାସ, ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ବିନୋଦ ବିହାରୀ ବାରିକ, ଦିନେଶ ବାରିକ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଧ୍ରୁବ ଚରଣ ବାରିକ, ବିକାଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଓଡିଆ ନବବର୍ଷ ଉପଲକ୍ଷେ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହା ସହିତ ବିଷୁବ ସଂକ୍ରାନ୍ତି ଆଲୋଚନା ଚକ୍ର ସହ ଓଡିଆ ସାହିତ୍ୟ, ପ୍ରତିଷ୍ଠିତ ସାହିତ୍ୟିକଙ୍କ ସ୍ମୃତିଚାରଣ କରାଯାଇଥିଲା । ଏହି ଅବସରରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ବିଶ୍ୱନାଥ ବାରିକ ସ୍ୱାଗତଭାଷଣ ଓ ବିବରଣୀ ପାଠ କରିଥିବାବେଳେ ଡା.ଶୁଶିଲ କୁମାର ଘୋଷ ଧନ୍ୟବାଦ ଦେଇଥିଲେ ।


