ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଣଜିତ ସିହ୍ନାଙ୍କ କରୋନାରେ ମୃତ୍ୟୁ
ନୂଆଦିଲ୍ଲୀ, (ୱାଇଏନ୍ଏସ୍) : ଦେଶରେ ଲଗାତାର ଦ୍ୱିତୀୟ ଦିନ ଲାଗି ଦୈନିକ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ଉପରେ ରହିଛି । ସଂକ୍ରମଣ ଭଳି ମୃତ୍ୟୁ ସଂଖ୍ୟା ବଢ଼ୁଛି । କରୋନାରେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଣଜିତ ସିହ୍ନାଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳେ ରଣଜିତ ସିହ୍ନାଙ୍କ ମୃତ୍ୟୁ ଦିଲ୍ଲୀରେ ହୋଇଛି । ଗୁରୁବାର ରାତିରେ ରଣଜିତ ସିହ୍ନା କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଥିଲା ବେଳେ ଶୁକ୍ରବାର ଦେହାନ୍ତ ହୋଇଛି । ୧୯୭୪ ବ୍ୟାଚର ବିହାର କ୍ୟାଡରର ଆଇପିଏସ୍ ହେଉଛନ୍ତି ରଣଜିତ୍ । ସେ ଭାରତ-ତିବ୍ବତ ସୀମା ପୋଲିସ (ଆଇଟିବିପି)ର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ଏଥିସହ ରେଲୱେ ସୁରକ୍ଷା ବଳ (ଆରପିଏଫ)ର ନେତୃତ୍ୱ ନେଇଥିଲେ ।