ଡିପ୍ଲୋମା ଏବଂ ପିଡିଆଇଏସ୍ ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର, (ୱାଇଏନ୍ଏସ୍): ଦେଶ ତଥା ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି (SCTE & VT) ଡିପ୍ଲୋମା ଏବଂ ପିଡିଆଇଏସ୍ ପାଠ୍ୟକ୍ରମର ପ୍ରଥମ ସେମିଷ୍ଟାର ପରୀକ୍ଷାକୁ ସ୍ଥଗିତ ରଖିଛି। ପରୀକ୍ଷା ୧୬ ଏପ୍ରିଲରୁ ଆରମ୍ଭ ହେବାର ଥିଲା। ଓଡ଼ିଶାର SCTE & VT ର ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା ପାଇଁ ସଂଶୋଧିତ ତାରିଖଗୁଡିକ ଧାର୍ଯ୍ୟ ପାଠ୍ୟକ୍ରମରେ ସୂଚିତ କରାଯିବ। ଛାତ୍ରମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।