ଦୁଇ ଚୋର ଗିରଫ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଣୀଗଡିଆ ଠାରୁ ଗତ ଶନିବାର ବିଳମ୍ବିତ ରାତ୍ରୀରେ ଦୁଇଜଣ ଗ୍ରାମ୍ୟ ଚୋରକୁ ପୁଲିସ ଗିରଫ କରିଛି । ନିକଟ ଧାମନଗର ଥାନା ଦେହୁଡିଆନନ୍ଦପୁର ଗ୍ରାମର ଉମାକାନ୍ତ ନାଥ ଏବଂ କୈଳାସ ପୃଷ୍ଟି ବିଳମ୍ବିତ ରାତ୍ରୀରେ ରାଣୀଗଡିଆ ଠାରେ ପହଞ୍ଚି ଅନୈତିକ କାର୍ଯ୍ୟ ପାଇଁ ସଜବାଜ ହେଉଥିବାବେଳେ ଗ୍ରାମବାସୀ ମାନେ ସେମାନଙ୍କୁ ଧରିଥିଲେ । ଏହାପରେ ଥାନାକୁ ଖବର ଦିଆଯାଇଥିବାବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁଇ ଚୋରଙ୍କୁ ଗିରଫ କରିଥିଲେ । ସେମାନଙ୍କ ନିକଟରୁ ଦୁଇଗୋଟି ଛୁରି, ଗୋଟିଏ ଲୁହାଛଡ, ମୋବାଇଲ ଓ ଟର୍ଚ୍ଚ ଜବତ କରାଯାଇଛି । ଏହାଛଡା ଓଡି୨୨ଏଚ୪୩୬୦ ଏକ ସ୍କୁଟି ଗାଡି ଜବତ ହୋଇଛି । ଆଜି ଡାକ୍ତରୀମାଇନା ପରେ ୧୩୯/୨୧ରେ ମାମଲା ରୁଜୁ କରାଯାଇ ଦୁଇ ଗ୍ରାମ୍ୟ ଚୋରଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ