ରାଜ୍ୟରେ ଔଷଧ କଳାବଜାରୀ ରୋକିବ ଫ୍ଲାଇଙ୍ଗ ସ୍କ୍ୱାଡ୍, ୭ଟିମ୍‌ ଗଠିତ

ଭୁବନେ‌ଶ୍ୱର (‌ୱାଇଏନ୍‌ଏସ୍‌): ଏଣିକି ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ହେବନି ଔଷଧ କଳାବଜାରୀ। କରୋନା ସଂକ୍ରମଣ ସମୟରେ ଏହାକୁ ରୋକିବା ପାଇଁ ଗଠନ କରାଯାଇଛି ଫ୍ଲାଇଙ୍ଗ ସ୍କ୍ୱାଡ୍। ଟୁଇନ ସିଟି ପାଇଁ ୭ଟି ଫ୍ଲାଇଙ୍ଗ ସ୍କ୍ୱାଡ୍ ଗଠନ କରାଯାଇଥିବାବେଳେ, ଅନ୍ୟାନ୍ୟ ଜିଲ୍ଲା ପାଇଁ ୧୫ଟି ଗଠନ କରାଯାଇଛି। ଏନେଇ ସୋମବାର ଏକ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଯଶବନ୍ତ ଜେଠୱା। ରାଜ୍ୟବ୍ୟାପୀ ଔଷଧ କଳାବଜାରୀ ରୋକିବାକୁ ରାଜ୍ୟସରକାରଙ୍କ ପକ୍ଷରୁ ଏକ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରାଯାଇଛି। ଏଥିପାଇଁ ୨୩ଟି ସ୍କ୍ୱାର୍ଡ ଗଠନ ହୋଇଛି। ଏହି ଟିମ୍ ମେଡିସିନ ଯୋଗାଣ ଓ ପ୍ରସ୍ତୁତକାରୀ କମ୍ପାନି ସମ୍ପର୍କରେ ଯାଞ୍ଚ କରିବେ। ଜିଲ୍ଲା ସ୍ତରରେ ବେଆଇନ ଔଷଧ କଳାବଜାରୀ ଖବର ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ବରଗଡ଼ ସମେତ ଅନ୍ୟ ଜିଲ୍ଲାମାନଙ୍କରେ ଫୋକସ୍ ଅଧିକ ରହିବ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି।ଟୁଇନ ସିଟି ଦାୟିତ୍ୱରେ ଏସଟିଏଫ, ଡିଆଇଜି, କ୍ରାଇମବ୍ରାଞ୍ଚ ଆଇଜି, ଡ୍ରଗ୍ସ କଣ୍ଟ୍ରୋଲର ଓ ପୋଲିସ କମିସନର ରହିବେ। ଏହି ଦୁଇ ସହରରେ ଯେପରି ଔଷଧ କଳାବଜାରୀ ନହୁଏ, ସେଥିପ୍ରତି ଓଡ଼ିଶା ପୋଲିସ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯିବ। ଯଦି କୌଣସି ବ୍ୟକ୍ତି କୋଭିଡ୍ ସମୟରେ ବ୍ୟବହାର କରାଯାଉଥିବା ଔଷଧକୁ ନେଇ କଳାବଜାରୀ କରନ୍ତି ତେବେ ସେମାନଙ୍କୁ ରୋକିବାକୁ ଉଦ୍ୟମ କରିବ ଫ୍ଲାଇଙ୍ଗ ସ୍କ୍ୱାଡ୍। ପରେ ସେମାନଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାହାର ରାଜ୍ୟରେ ଔଷଧ କଳାବଜାରୀ ହେଉଥିବା ଅଭିଯୋଗ ପରେ, ରାଜ୍ୟରେ ଯେଭଳି ସେହି ପରିସ୍ଥିତି ନଉପୁଜେ ସେଥିପାଇଁ ଆଗୁଆ ସଜାଗ ହୋଇଛି ପୋଲିସ ପ୍ରଶାସନ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ