ମାସ୍କ ଓ ହେଲମେଟ ଧରପଗଡ ; ୩ଲକ୍ଷ ୨୪ ହଜାର ୮ଶହ ଟଙ୍କା ଜରିମାନା ଆଦାୟ
ଛତ୍ରପୁର (ଦେବଦତ୍ତ ମହାରଣା): ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ଯାଂଚ କରାଯାଇ ଟ୍ରାଫିକ ନିୟମ ଅବମାନନା ଓ ବିନା ମାସ୍କ ଧାରୀ ମାନଙ୍କ ଠାରୁ ୩ ଲକ୍ଷ ୨୪ ହଜାର ୮ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି । ଦୁଇ ଜଣଙ୍କ ଡ୍ରାଇଭିଙ୍କ ଲାଇସେନ୍ସ କୁ ସିଜ୍ କରାଯାଇଛି । ସେହିଭଳି ବିଭିନ୍ନ ଥାନାରେ ୪ ଟି ଅବକାରୀ ମାମଲା ରୁଜୁ କରାଯାଇ ୪୬.୫ ଲିଟର ମଦ ଜବତ କରାଯିବା ସହିତ ୪ ଜଣଙ୍କୁ ଗିରଫ୍ କରାଯାଇଥିବା ପୋଲିସ୍ ମୁଖ୍ୟାଳୟରୁ ଟୁଇଟ ଯୋଗେ ସୂଚନା ମିଳିଛି ।


