ନେତାଜୀ ଅଟୋ ମାଲିକ ସଂଘର ଧର୍ମଘଟ
ଚୌଦ୍ୱାର:(ଦୀପକ୍ କୁମାର ବେଉରା) ପରିବହନ କାର୍ଯ୍ୟକୁ କେନ୍ଦ୍ରକରି ମଙ୍ଗୁଳି ନେତାଜୀ ଅଟୋ ମାଲିକ ସଂଘ ବର୍ଜର ରଙ୍ଗ କମ୍ପାନୀ ଗେଟ୍ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ବିଶାଳ ଧର୍ମଘଟରେ ବସିଲେ । ସୂଚନାଯୋଗ୍ୟ ଗତ କିଛି ଦିନ ତଳେ ଟାଙ୍ଗୀ ଥାନାରେ ହୋଇଥିବା ବୁଝାମଣାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅଣଦେଖା କରିବାରୁ ନେତାଜୀ ଅଟୋ ମାଲିକ ସଂଘ ପକ୍ଷରୁ ମଙ୍ଗୁଳିର ଚୌଧୁରୀ କମ୍ପେ୍ଲକ୍ସରେ ଥିବା ବର୍ଜର ରଙ୍ଗ କମ୍ପାନୀ ସମସ୍ତ ଡାଲା ଅଟୋ ସହ ଧାରଣା ଦେବା ସହ ପରିବହନ କାର୍ଯ୍ୟ ବନ୍ଦ କରିଦେଇଥିଲେ। ଡିପୋ ଅଧିକାରୀ ସ୍ଥାନୀୟ ଅଟୋ ମାଲିକମାନଙ୍କୁ ଅଢେଇ ଟନ ମାଲ ପରିବହନ କରିବାକୁ ବାଧ୍ୟ କରିଥିଲେ ନଚେତ ଗାଡି ଲଗାଯିବା ନାହିଁ ବୋଲି ଧମକ ଦେଇଥିଲେ । ଡାଲା ଅଟୋ ଗୁଡିକରେ ସର୍ବାଧିକ ୧୬କୁଇଣ୍ଟାଲ ଓଜନର ଜିନିଷ ପରିବହନ ହେବା କଥା ହେଲେ କମ୍ପାନୀ କର୍ତ୍ତୃପକ୍ଷଙ୍କ ୨୫ କୁଇଣ୍ଟାଲ ପରିବହନ କରିବାକୁ ବାଧ୍ୟ କରୁଛନ୍ତି । କର୍ତ୍ତୃପକ୍ଷ ବାହାର ଗାଡିମାନଙ୍କୁ ଡକାଇ ପରିବହନ କରୁଥିଲାବେଳେ ସ୍ଥାନୀୟ ଅଞ୍ଚଳରେ ୫୦ରୁ ଉର୍ଦ୍ଧ୍ୱ ବେକାର ଯୁବକ ଋଣ କରି ଗାଡି କରିଥିଲେ ମଧ୍ୟ ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉନାହିଁ। ଏହାକୁ କେନ୍ଦ୍ରକରି ଅଟେ ମାଲିକ ସଂଘର ସଭାପତି ପ୍ରଭାତ ରାଉତରାୟ ନେତୃତ୍ୱରେ ଧର୍ମଘଟ ହୋଇଥିଲା। ଏମାନଙ୍କ ମଧ୍ୟରୁ ପ୍ରଦୀପ ରାଉତରାୟ, ମନୋଜ ରାଉତରାୟ, ବିକାଶ ରାଉତରାୟ, ଶିବ ଚରଣ ଜେନା, ହେମନ୍ତ ରାଉତରାୟ, ପ୍ରକାଶ ରାଉତରାୟ, ସତ୍ୟକୁମାର ବିଶ୍ୱାଳ, ଶୁବ୍ରତ ରାଉତରାୟ, ସୁଜିତ୍ ରାଉତରାୟ, ନିହାର ଖିଲାର ପ୍ରମୂଖ ସମେତ ୫୦ରୁ ଉର୍ଦ୍ଧ୍ୱ ଡାଲା ଅଟୋ ମାଲିକମାନେ ସାମିଲଥିଲେ ।