ମାଗଣା ମୋତିଆ ବିନ୍ଦୁ ଚିହ୍ନଟ ଶିବିର

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଜାମୁଗାଁ ପଂଚାୟତ ଫକୀର ମୋହନ ସ୍ମୃତି ପାଠାଗାର ପରିସରରେ ତ୍ରିଲୋଚନ ନେତ୍ରାଳୟ ଆନୁକୁଲ୍ୟରେ ମାଗଣା ମୋତିଆ ବିନ୍ଦୁ ଚିହ୍ନଟ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ପାରାଦ୍ୱିପ ପୋର୍ଟ ଟ୍ରଷ୍ଟର ପୂର୍ବତନ ଟ୍ରଷ୍ଟି ପ୍ରତାପ କୁମାର ମିଶ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି ଶିବିରକୁ ଉଦଘାଟନ କରିଥିଲେ । ଏହି ଶିବିରରେ ତ୍ରିଲୋଚନ ନେତ୍ରାଳୟ ପକ୍ଷରୁ ଡାକ୍ତର ସ୍ମୃତିରଂଜନ ଡେଥି, ଡାକ୍ତର ସବିତା ଖଣ୍‌ୁଆଳ, ଯୁଗନଜ୍ୟୋତି ମହାନ୍ତି, ପ୍ରଦୀପ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରୋଗୀମାନଙ୍କୁ ପରୀକ୍ଷା କରି ମୋତିଆ ବିନ୍ଦୁ ଥିବା ରୋଗୀମାନଙ୍କୁ ଚିହ୍ନଟ କରିଥିଲେ । ଏହି ଶିବିରରେ ସମୁଦାୟ ୬୫ ଜଣ ରୋଗୀ ପରୀକ୍ଷା ପାଇଁ ପଂଜିକରଣ କରିଥିବା ବେଳେ ୩୦ଜଣଙ୍କର ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ