ସରକାରଙ୍କ ସାଧାରଣ ସୁବିଧାରୁ ଏବେବି ବଂଚିତ ସାଧାରଣ ଜନତା
ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲାର ଦୁର୍ଗମ ଆଦିବାସୀ ବହୁଳ ଅଂଚଳ ଯେଉଁଠାରେ କି ଲୋକେ ବ୍ରିଟିଶ ଅମଳରୁ ଯେଉଁଭଳି ଅନ୍ଧକାରରେ ରହି ଦୂଷିତ ପାଣି ପିଇ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଥିଲେ ସେହି ପରି ଏବେବି ରହିଛି ଏପରି ଗୋଟିଏ ଅଂଚଳ । ସରକାର ବିକାଶର ଚିତ୍ରକୁ ଧୀରେ ଧୀରେ ଆଗକୁନେବା ପାଇଁ ଲାଗିପଡିଥିବାବେଳେ ଏଥିରୁ କିନ୍ତୁ ବଡ଼ ପଡିଛନ୍ତି ଅହିଂଦୁର୍ଗମ ଅଂଚଳ ବାସୀ, ଏଠାରେ ନାହିଁ ଶିକ୍ଷା, ଗମନଗମ, ଆଲୋକ ଵେବସ୍ତା କି ଅଙ୍ଗନବାଡି ଅନ୍ୟ କୌଣସି ସାଧାରଣ ସୁବିଧା । ଏଭଳି କିଛି ଏଠାରେ ଦେଖିବାକୁ ମିଳୁନାହିଁ ରାସ୍ତା, ପକ୍କାଘର, ବିଦ୍ୟୁତ ଆଲୁଅ, ଶୌଚାଳୟ, ଅଙ୍ଗନବାଡି କି ପିଇବା ପାଣିର ସୁବିଧା । ଗଜପତି ଜିଲ୍ଲା ଅନ୍ତଗତ ମୋହନା ବ୍ଳକର ୩୯ଟି ପଚାଂୟତ ମଧ୍ୟରୁ ଖାରିଗୁଡା ପଚାଂୟତର ମୋହନାଗୁଡା ଗ୍ରାମ ଜନସାଧାର ଏହିସବୁ ମୌଳିକ ସୁବିଧାରୁ ବଂଚିତ ଥିବା ଅଭିଯୋଗ କରିଛନ୍ତି । ଏହି ଗ୍ରାମରେ ବସବାସ କରନ୍ତି ୨୨ ଗୋଟି ପରିବାରର ୧୦୦ ରୁ ଉଦ୍ଦ୍ୱର୍ ଜନସାଧାରଣ ।
ଏମଙ୍କ ମୁଖ୍ୟ ବେଉସା ହେଲା ରାତି ପାହିଲେ ଜଙ୍ଗଲରେ ଚାଷ କରି କାଠ ବିକ୍ରି କରି ପରିବାର ପୋଷଣ କ୍ଷରସନ୍ତି ଗ୍ରାମବାସୀ । ଖରା ବର୍ଷା ଶିତ କାକରରେ ଏମାନେ ଭଙ୍ଗା ମାଟି କୁଡିଆରେ ଜୀବନ ବିତାନ୍ତି । ଏମାନଂଙ୍କୁ ସରକାରଙ୍କ ତରଫରୁ ମିଳିଛି ମାତ୍ର ଖାଉଟି କାର୍ଡ ଓ କିଛି ଲୋକଙ୍କୁ ଭତା । ବର୍ଷା ପାଣିକୁ ବନ୍ଧାଇ ରଖିଥିବା କାଦୁଅ ପାଣି ହିଁ ଏମାନଙ୍କ ସାହା ଭରସା ନାଁ ଗାଁରେ କୌଣସି ପକ୍କା ଘର ନା ଗାଁକୁ ଯିବା ପାଇଁ ଅଛି ଭଲରାସ୍ତା ଖଣ୍ଡେ ବିଦ୍ୟୁତର କଥା କହିଲେ ନସରେ ଏମାନେ ବିଦ୍ୟୁ ଆଲୋକ କଣ ଆଜି ପର୍ଯ୍ୟନ୍ତ ଦେଖି ପାରି ନାହାନ୍ତି । ଯାହାରି ଫଳରେ ରାତିରେ ଦୀପ ଲଗାଇ ରୋସେଇ କରିବା ସହ ନିଜ ପିଲାଛୁଆଙ୍କୁ ଜଗି ବସିଥାନ୍ତି । ଅଙ୍ଗନବାଡି କେନ୍ଦ୍ର ଥାଇ ମଧ୍ୟ ନଥିବା ସହ ସମାନ ଅଙ୍ଗନବାଡି କେନ୍ଦ୍ରରେ କୌଣସି ପ୍ରକାର ଛତୁଆ, ପୃଷ୍ଟିକର ଖାଦ୍ୟ କେବେ ମିଳୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବଂଶିଧର ଖୋସଲାଙ୍କୁ ଗ୍ରାମବାସୀ ଓ ଅଡବା ଜିଲ୍ଲା ପରିଷଦ ସଭ୍ୟ ବାଳକୃଷ୍ଣ ମଳିକ ମିଳିତ ଭାବେ ଗ୍ରାମର ଉନ୍ନତି ନିମନ୍ତେ ଜଣାଇଥିଲେ କିନ୍ତୁ ଖୋସଲା ଉକ୍ତ ଗ୍ରାମକୁ ପରିଦର୍ଶନ କରି ତୁରନ୍ତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୟା ମଧ୍ୟରେ ୨ ବର୍ଷ ବିତିଥିଲେ ମଧ୍ୟ ସୁଧୀରିଣୀ ଗ୍ରାମବାସୀଙ୍କ ସମସ୍ୟା, ଏହି ଗ୍ରାମଟିକୁ କେବେ ସରକାରଙ୍କ ନଜରକୁ ଆଶିବ ଓ ଗ୍ରାମରେ ଲାଗିରହିଥିବା ସମସ୍ୟା କେବେ ସମାଧାନ ହେବ ସେଥିପାଇଁ ଚି଼ହି ବସିଛନ୍ତି ଗ୍ରାମବାସୀ।


