ମହାରାଷ୍ଟ୍ରରେ ସବୁଠୁ ଅଧିକ ବ୍ୟବଧାନରେ ଜିତିଲେ ଅଜିତ ପାୱାର
ମୁମ୍ବାଇ: ପୂର୍ବତନ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର ଗୁରୁବାର ସବୁଠାରୁ ବୃହତ ବ୍ୟବଧାନରେ ଜିତିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବାରମତୀ ପ୍ରାର୍ଥୀଙ୍କୁ ୧.୬୫ ଲକ୍ଷ ଭୋଟ୍ ବ୍ୟବଧାନରେ ହରାଇଛନ୍ତି । ଅନ୍ୟପକ୍ଷରେ ଶିବସେନା ପ୍ରାର୍ଥୀ ଦିଲ୍ଲୀପ ଭାଉସାହେବ ଲାଣ୍ଡେ ଉତ୍ତର ମୁମ୍ବାଇର ଚାନ୍ଦିୱାଲି ନିର୍ବାଚନମଣ୍ଡଳୀରେ ମାତ୍ର ୪୦୯ ଭୋଟ୍ ବ୍ୟବଧାନରେ ଜିତିଛନ୍ତି । ଗତ ଅକ୍ଟୋବର ୨୧ରେ ହୋଇଥିବା ନିର୍ବାଚନରେ ଏହା ହେଉଛି ସବୁଠାରୁ କମ୍ ବ୍ୟବଧାନରେ ବିଜୟ । ସୂଚନାଯୋଗ୍ୟ ଯେ, ଅଜିତ ପୁଣେ ଜିଲ୍ଲାରୁ ହିଁ ଅଜିତ ଲଗାତାର ୬ ଥର ଜିତିସାରିଲେଣି । ନିର୍ବାଚନ କମିଶନ ତଥ୍ୟ ଅନୁଯାୟୀ, ଅଜିତ ବିଜେପିର ପ୍ରାର୍ଥୀ ଗୋପୀଚାନ୍ଦ ପାଦଲକରଙ୍କୁ ୧,୬୫,୨୬୫ ଭୋଟ୍ ବ୍ୟବଧାନରେ ହରାଇଛନ୍ତି । ଶରଦ ପାୱାରଙ୍କ ପୁତୁରା ଅଜିତ ୧,୯୫,୬୪୧ ଭୋଟ୍ ପାଇଛନ୍ତି । ପାଦଲକର ମାତ୍ର ୩୦,୩୭୬ ଭାଟ୍ ପାଇଛନ୍ତି ।


