ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କର୍ମଚାରୀଙ୍କ ପେନସନ୍ ଦାବୀ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍‌) ; ଗଂଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କର୍ମଚାରୀ ମାନେ ସେମାନଙ୍କର ଅବସରପ୍ରାପ୍ତ ପେନସନ୍ ରୁ ବଂଚିତ ହେଉଛନ୍ତି । ବିଶେଷକରି ଷ୍ଟେନୋଗ୍ରାଫର , କିରଣୀ, ପ୍ରୋଗ୍ରାମ ଅଫିସର , ଡ୍ରାଇଭର ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କ ପାଇଁ ସରକାର ପେନସନ୍ ବ୍ୟବସ୍ଥା କରିନାହାନ୍ତି । ଏମାନେ ଅନ୍ୟାନ୍ୟ ସରକାରୀ କର୍ମଚାରୀ ମାନଙ୍କ ପରି ସମୟ ନିର୍ଘଂଟ ଅନୁଯାୟୀ କାର୍ଯ୍ୟ କରନ୍ତି । ଗ୍ରାମ୍ୟ ଉନ୍ନୟନ ସଂସ୍ଥା ବିଭିନ୍ନ ଦାରିଦ୍ର‌୍ୟ ଦୂରୀକରଣ ଯୋଜନା ସହିତ ସଂଶିଷ୍ଟ ହବା ସହିତ ଗ୍ରାମାଚଂଳର ସମସ୍ତ ଉନ୍ନୟନ୍ନ କାର୍ଯ୍ୟକୁ ଅଗ୍ରାଧିକାର ଭିତିରେ ସମ୍ପନ୍ନ କରିଥାଏ । ଉପରୋକ୍ତ କର୍ମଚାରୀମାନଙ୍କୁ ଏହି ସବୁ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ ରୂପରେଖ ଦେବାପାଇଁ ନିରୁପିତ ସମୟ ବ୍ୟତିରକେ ଅଧିକ ସମୟ ଧରି କାର୍ଯ୍ୟ ସମ୍ପାଦନ କରିବାକୁ ପଡିଥାଏ । ଏହି କର୍ମଚାରୀମାନେ ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କ ପରି ବେତନ ହାର ଓ ଅନ୍ୟାନ୍ୟ ସୁବିଧା ପାଉଛନ୍ତି । ପେନସନ୍ ସୁବିଧା ନଥିବାରୁ ବାର୍ଦ୍ଧକ୍ୟରେ ସେମାନଙ୍କର ଆର୍ଥିକ ଅବସ୍ଥା ଦୁର୍ବିସହ ହୋଇ ପଡୁଛି । ରାଜ୍ୟ ସରକାର ଏହାକୁ ବିଚାର କରି ଗ୍ରାମ୍ୟ ଉନ୍ନୟନ ସଂସ୍ଥା କର୍ମଚାରୀ ମାନଙ୍କ ପାଇଁ ପେନସନ୍ ଲାଗୁ କଲେ ଅନେକ ପରିବାରଙ୍କ ଭବିଷ୍ୟତ ସୁରକ୍ଷିତ ରହିପାରନ୍ତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ