ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସପରିବାର ଅନଶନ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌):ଜନୈକ ସ୍କୁଲ ପାଚିକାଙ୍କୁ ମିଥ୍ୟା ଆରୋପ ଓ ଅପବାଦ ଦେଇ ସ୍କୁଲରୁ ତଡିଦେଇଥିବା ପ୍ରତିବାଦରେ ସେ ସପରିବାର ଶୁକ୍ରବାର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନ କରିଥିବାର ଦେଖାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ପଂଚାୟତର ବଡମଙ୍ଗରାଜପୁର ଗ୍ରାମର ସୂର୍ଗତ ବାଇଧର ବେହେରାଙ୍କ ବିଧବା ପତ୍ନୀ ଝରଣା ବେହେରା ଅଭିଯୋଗ କରିଛନ୍ତି ଯେ ସେହି ବ୍ଲକ ଅନ୍ତର୍ଗତ ଡିଆପାଟଣା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ୨୨ବର୍ଷରୁ ଉଦ୍ଧ୍ୱର୍ ହେବ ପାଚିକା ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ସେହି ଗ୍ରାମର କେତେକ ଖଳ ପ୍ରକୃତିର ଲୋକଙ୍କ ସହିତ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷା କମିଟିର ସଦସ୍ୟ ମିଶି ତାଙ୍କ ନାମରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପରିବେଷଣ ସମୟରେ ସେ ୨ଜଣଙ୍କୁ ରାକ୍ଷସ ପିଲା ବୋଲି କହିଥିବାର ମିଥ୍ୟା ଅଭିଯୋଗ ଓ ଆରୋପ ଲଗାଇ ଦଣ୍ଡିତ କରିଥିଲେ । ଏଥିସହିତ ସେହି ପାଚିକାଙ୍କୁ ବିଭିନ୍ନ ସମୟରେ ତାଙ୍କର ସମ୍ମାନହାନୀ ହେବା ଭଳି କାର୍ଯ୍ୟ କରାଇବା ସହ ତାଙ୍କୁ ଲାଞ୍ଛନା,ଅପମାନ,ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ସଂପୃକ୍ତ ପାଚିକା ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ବି କୈା଼ଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ସେ ବାଧ୍ୟ ହୋଇ ସପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଲେ । ଅତିରିକ୍ତ ଜିଲ୍ଲାପାଳ ତାଙ୍କୁ ଡକାଇ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେବାପରେ ସନ୍ଧ୍ୟାରେ ଅନଶନ ପ୍ରତ୍ୟାହୃତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ