ଶିକ୍ଷୟତ୍ରୀଙ୍କ ବଦଳିକୁ ଗ୍ରାମବାସୀଙ୍କ ବିରୋଧ
ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ଜିଲ୍ଲା ଗଂଜାମ ବ୍ଲକ ଅନ୍ତର୍ଗତ ମଧୁରୁଚୁଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଭାଗ୍ୟବତୀ ବେହେରାଙ୍କ ଅନ୍ୟତ୍ର ବଦଳିକୁ ଗ୍ରାମବାସୀ ବିରୋଧ କରିବା ସହିତ ଗୋଷ୍ଠି ଶିକ୍ଷାଧିକାରୀ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ମିଳିଥିବା ଖବର ଅନୁସାରେ ବିଗତ ଦିନ ରେ ଅଭିଭାବକ ମାନେ ବାରମ୍ଭାର ଅଭିଯୋଗ କରିଥିଲେ ମଧ୍ୟ କେହି ଅଧିକାରୀ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଥିଲେ । ଏହା ସହ ଶିକ୍ଷୟତ୍ରୀ ମାନଙ୍କ ଶିକ୍ଷାଦାନ ପ୍ରଣାଳୀ ଓ ବହୁ ଛାତ୍ରଛାତ୍ରୀ ମାନଙ୍କୁ ଆକର୍ଷିତ କରି ଭଲ ଶିକ୍ଷା ଦାନ କରୁଥିବାରୁ ଶିକ୍ଷୟତ୍ରୀଙ୍କ ଅନ୍ୟତ୍ର ବଦଳିକୁ ଗ୍ରାମବାସୀ ବିରୋଧ କରିଥିଲେ । ତେଣୁ ବାଧ୍ୟ ହୋଇ ବିଈଓ ଅଧିକାରୀ ଓ ସ୍ଥାନୀୟ ଥାନାଅଧିକାରୀ, ତହସିଲଦାର ଅବନି କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଅଭିଭାବକ ମାନଙ୍କୁ ବୁଝାସୁଝା କରିବା ସହ ଶିକ୍ଷୟତ୍ରୀଙ୍କ ଅନ୍ୟତ୍ର ବଦଳି କୁ ବାତିଲ କରିଥିବା କହିବା ପରେ ଗ୍ରାମବାସୀ ଆନ୍ଦୋଳନରୁ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିଲେ ।ଏହି ଆଲୋଚନା ସମୟରେ ଜିଲ୍ଲା ପରିଷଦ ସଭ୍ୟା ରଶ୍ମୀରାଣୀ ମହାପାତ୍ର ,ଗଂଜାମ ବ୍ଲକ ଅଧକ୍ଷ ପ୍ରଶାନ୍ତ ନାୟକ,ବିଜେପି ନେତା ଭୀମସେନା ବେହେରା,ଭଗବାନ ନାହାକ,ଥିବା ବେଳେ ଧାରଣାରେ ବିଜେପି ନେତା କୀର୍ତ୍ତନ ଦାସ ସମେତ ବହୁ ଗ୍ରାମର ପୁରୁଷ ଓ ମହିଳା ଅଭିଭାବକ ମାନେ ଆନ୍ଦୋଳନରେ ସାମିଲଥିଲେ ।


