କବିଚନ୍ଦ୍ର କାଳିଚରଣ ଓ ଗଙ୍ଗାଧର ମହାପାତ୍ର ଥିଲେ ଉତ୍କଳର ଉଜ୍ଜ୍ୱଳ ପ୍ରତିଭା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ୪୧ତମ ଶ୍ରାଦ୍ଧବାର୍ଷିକୀ ଓ ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରାକ୍ତନ ମନ୍ତ୍ରୀ, ଆଇନ ବିଶାରଦ ଗଙ୍ଗାଧର ମହାପାତ୍ରଙ୍କ ୧୦୮ତମ ସ୍ମୃତି ଚାରଣ ସଭା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ, ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପ୍ରଦ୍ୟୁମ୍ନ ଶତପଥୀ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ଓଡ଼ିଶା, ଭାଷା, ସାହିତ୍ୟ, ସଂଗୀତ, କଳା, ନୃତ୍ୟକୁ ସାରା ବିଶ୍ୱରେ ପରଚିତ କରାଇଥିଲେ କବି ଚନ୍ଦ୍ର । କେନ୍ଦ୍ର ସାହିତ୍ୟି ଏକାଡେମୀ ପୁରସ୍କାର ସହିତ ଓଡ଼ିଆ ସଂଗୀତ ନାଟକ ଏକାଡେମୀ ପୁରସ୍କାର ତଥା ଓଡ଼ିଆ ସଂଗୀତକୁ ବହୁ ଉଚ୍ଚାକୁ ନେଇଥିଲେ । ସେହିପରି ଗଙ୍ଗାଧର ମହାପାତ୍ର ଥିଲେ ବିଶିଷ୍ଟ ଆଇନ ବିଶାରଦ ସହିତ ମନ୍ତ୍ରୀ ଭାବରେ କର୍ମ, ନିଷ୍ଠା ଓ ଜନକଲ୍ୟାଣକୁ ପ୍ରାଥମିକତା ପ୍ରଦାନ କରୁଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଲକ୍ଷ୍ମୀଧର ବେହେରା, ସଂଯୋଜକ ନାରାୟଣ ଓଝାଙ୍କ ସହିତ ଅଭିଯାନର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

 
            
