ବିଦ୍ୟୁତ ସଂଯୋଗ ପାଇଁ ଲାଂଚ ଘଟଣା, ସାମାଜିକକର୍ମୀଙ୍କ ଟ୍ୱିଟ ପରେ ତଦନ୍ତ ନିର୍ଦ୍ଦେଶ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ତିଳକଣା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦେମାଣ୍ଡୋ ଗ୍ରାମର ରାମକୃଷ୍ଣ ସାହୁଙ୍କ ଘରକୁ ନୂତନ ବିଦ୍ୟୁତ ସଂଯୋଗ ପାଇଁ ଓରିକଣ୍ଟା ବିଦ୍ୟୁତ ସେକ୍ସନ କିଛି ଅସାଧୁ କର୍ମଚାରୀ ଲାଂଚ ମାଗିବା ଘଟଣାକୁ ଆଧାର କରି କୋଣାର୍କ ଅଂଚଳର ସାମ୍ବାଦିକ ତଥା ସମାଜସେବୀ ଭାଗୀରଥୀ ସ୍ୱାଇଁ ସମସ୍ୟାର ସମାଧାନ ଓ ତଦାରଖ ପାଇଁ ଟ୍ବିଟ ଯୋଗେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଶକ୍ତିମନ୍ତ୍ରୀ, ମୁଖ୍ୟଶାସନ ସଚିବ, ୫ଟିସଚିବ, କଟକ ଜିଲ୍ଲାପାଳଙ୍କ ସମେତ ଟାଟା ପାୱାର ଲିମିଟେଡ କେନ୍ଦ୍ରୀୟ ଅଫିସକୁ ଅଭିଯୋଗ କରିଥିଲେ। ଟ୍ବିଟ କରିବାର ୩୦ମିନିଟ ମଧ୍ୟରେ ଟାଟା ପାୱାର ଲିମିଟେଡ ପକ୍ଷରୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଶକ୍ତିମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, କଟକ ଜିଲ୍ଲାପାଳଙ୍କ ସମେତ ଟାଟା ପାୱାର ଲିମିଟେଡ କତୃପକ୍ଷ ମହୋଦୟଙ୍କୁ କୋଣାର୍କ ଅଂଚଳର ସାମ୍ବାଦିକ ତଥା ସମାଜସେବୀ ଭାଗୀରଥୀ ସ୍ୱାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

 
            
