ବିଷାକ୍ତ ସାପ କାମୁଡାରେ ୧୪ ବର୍ଷର ନାବାଳକ ମୃତ

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ବୋର୍ସିଂ ତଳ ସାହିର ଗୂରା ସ୍ଵାଇଁଙ୍କ ସାନ ପୁଅ ସାନୁ ସ୍ୱାଇଁ (୧୫) ଗତ ରାତିରେ ଖାଇ ସାରି ଘରେ ଶୋଇଥିଲା ଓ ରାତ୍ରି ପ୍ରାୟ ୧ ଘଣ୍ଟ ବେଳେ କଣ ଗୋଟିଏ କାମୁଡ଼ି ଦେବାରୁ ସେ ଉଠିପଡି ତାର ବାପା ଏବଂ ଘର ଲୋକଙ୍କୁ ଜଣାଇଥିଲା ଓ ଘର ଲୋକେ ପାଖରେ ଥିବା ଗଦ ଲାଗେଇକି ସାନୁକୁ ଶୋଇବାକୁ କହିଥିଲେ । କିଛି ସମୟ ପରେ ସାପ ଟି ପୁଣି କାମୁୁଡି ଦେବାରୁ ସାନୁ ଚିତ୍କାର କରିବାରୁ ଘରଲୋକେ ଉଠିପଡିଥିଲେ । ସାପଟି ଏକ ଗାତରେ ପସିଯାଇଥିଲା । ସାନୁକୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତି କରିଥିଲେ ପରେ ଵ୍ରହ୍ମପୁର ନେଉଥିବା ବେଳେ ରାସ୍ତାରେ ମୃତୁ ଘଟିଥିଲା । ଗାଙ୍ଗପୁର ପୋଲିସ ଶବକୁ ଜବତ କରି ବେବଛେଦ ପରେ ତାର ପରିବାରକୁ ହସ୍ତାନ୍ତର କରିଥିଲା ।ଗ୍ରାମରେ ଏକ ଶୋକାକୁଳ ମଧ୍ୟରେ ସଵ ସଂସ୍କାର କରାଯାଇଥିଲା । ସାନୁର ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସମିତି ସଭ୍ୟ ମମତା ଭୋଳ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ