ଗଳଗଣ୍ଡ ପୀଡିତ କୈଳାସକୁ ସହାୟତା ନିବେଦନ
ବାଲେଶ୍ୱର, (ସରୋଜ ପଣ୍ଡା) : ଜଳେଶ୍ୱର ବ୍ଲକ ରାଇବଣିଆ ପଂଚାୟତ ରାଇବଣିଆ ଗଡ଼ର ବାସିନ୍ଦା କାଳିଚରଣ ବେହେରାଙ୍କ ତେର ବର୍ଷର ପୁଅ ପ୍ରକାଶ ବେହେରା ଦୀର୍ଘ ପାଞ୍ଚ ବର୍ଷ ହେବ ଗଳଗଣ୍ଡ ରୋଗରେ ଆକ୍ରାନ୍ତ ହୋଇ ଅର୍ଥାଭାବରୁ ଚିକିତ୍ସତ ହୋଇପାୁନାହାନ୍ତି । କାଳିଚରଣ ଧାର କରଜ କରି ଯଥା ଶକ୍ତି ପୁଅର ଚିକିତ୍ସା କରାଇ ଥିଲେମଧ୍ୟ ରୋଗର ଉପଶମ ହେଉନାହିଁ । ଅସ୍ତ୍ରୋପଚାର କରାଇବାକୁ ଡାକ୍ତର ପରାମର୍ଶ ଦେଇଥିଲେ ମଧ୍ୟ ଏକ ଲକ୍ଷ ଟଙ୍କା ଯୋଗାଡ କରି ପୁଅର ଅସ୍ତ୍ରୋପଚାର କରାଇବା କାଳିଚରଣ ପକ୍ଷେ ସମ୍ଭବ ନୁହେଁ । ଅପରପକ୍ଷେ ଦିନକୁ ଦିନ ରୋଗ ଜଟିଳ ହେବାରେ ଲାଗିଛି । ଅସ୍ତ୍ରୋପଚାର କରା ନଗଲେ ଏକ କୋମଳ ମତି ମେଧାବୀ ଛାତ୍ର ଜୀବନ ଦୁର୍ବିସହ ହୋଇଯିବ । ତେଣୁ ପୁଅର ଚିକିତ୍ସା ପାଇଁ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି କାଳିଚରଣ ।

 
            
