ଅତିରିକ୍ତ ଜିଲ୍ଲାପାଳ ଭାବେ ଭବେଶ ନାୟକଙ୍କ ଯୋଗଦାନ
ବାଲେଶ୍ୱର, (ସରୋଜ ପଣ୍ଡା) : ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଭବେଶ କୁମାର ନାୟକ, ଓ.ଏ.ଏସ.(ଏସ୍) ବାଲେଶ୍ୱର ଜିଲ୍ଲା ପାଇଁ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଯୋଗଦାନ ପରେ ସେ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗକୁ ବୁଲି ଦେଖିବା ସହ ଆବଶ୍ୟକ କଥା ପଚାରି ବୁଝିଥିଲେ । ଜିଲ୍ଲା ପ୍ରଶାସନ ତର‘ରୁ ତାଙ୍କୁ ଯେଉଁ ଦାୟିତ୍ୱ ବା କାର୍ଯ୍ୟଭାର ପ୍ରଦାନ କରାଯିବ ତାକୁ ସେ ଦକ୍ଷତା ଓ ସ୍ୱଚ୍ଛତାର ସହ ସମ୍ପାଦନ କରିବାକୁ ଚେଷ୍ଟା କରିବେ ଏବଂ ତାଙ୍କ ଦାୟିତ୍ୱ ଆଧାରରେ ଥିବା ସରକାରୀ ଯୋଜନା ଓ ସମସ୍ତ ସୁବିଧା ସୁଯୋଗ ଯେପରି ଜନସାଧାରଣଙ୍କ ନିକଟରେ ପହଂଚିପାରିବ ସେ ଦିଗ ପ୍ରତି ସେ ଯତ୍ନବାନ ହେବେ ବୋଲି ପ୍ରକାଶ କରିଥିଲେ । ଏହା ପୂର୍ବରୁ ସେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ମୟୂରଭଞ୍ଜର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ସୂଚନା ଯୋଗ୍ୟ କି ବାଲେଶ୍ୱର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଲୁ ମହାପାତ୍ର କାର୍ଯ୍ୟ କରି ଆସୁଥିବା ବେଳେ ବର୍ତମାନ ଜିଲ୍ଲା ପାଇଁ ଦୁଇ ଜଣ ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟ କରିବେ ।

 
            
