ଆବାସ ଗୃହ ନିର୍ମାଣ ବୋନସ ଟଙ୍କା ଦାବି କରି ଧମକ ଚମକ ଅଭିଯୋଗ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ନେନ୍ତିପୁର ଗ୍ରାମରେ ନିର୍ମାଣଧୀନ ପ୍ରଧାନମନ୍ତ୍ରୀ ଆବାସ ଗୃହର ବୋନ ସ ଟଙ୍କାକୁ ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି। ଅଭିଯୋଗ ଅନୁସାରେ ଗ୍ରାମର ଶ୍ରୀମତୀ ସୁଷମା ନାୟକ ଓ ତାଙ୍କର ସ୍ୱାମୀ ପରିତ୍ୟକ୍ତା ଝିଅ କୌଶଲ୍ୟା ନାୟକଙ୍କ ନାମରେ ସରକାରୀ ଭାବେ ଦୁଇଗୋଟି ପକ୍କା ଗୃହ ମିଳିଥିଲା। ଅଗ୍ରୀମ ଅର୍ଥ ପାଇ ସୁଦ୍ଧା ହିତାଧିକାରୀ ଦ୍ବୟ ଘର ନିର୍ମାଣ ପାଇଁ ସକ୍ଷମ ନଥିବାରୁ ଗ୍ରାମର ଜନୈକ ବ୍ୟକ୍ତି ପକ୍କା ଘର କାମ ସମ୍ପୂର୍ଣ୍ଣ କରିବା ପାଇଁ ଠିକା ଆକାରରେ କାର୍ଯ୍ୟଭାର ନେଇଥିଲେ। ଇତିମଧ୍ୟରେ ଘର ଦୁଇଟିର ଛାତ ପଡି ଯାଇଥିବାବେଳେ ସମ୍ପୂର୍ଣ୍ଣ ବିଲ ମଧ୍ୟ ମିଳି ସାରିଛି। ଏହା ସହିତ ନିର୍ଦ୍ଧାରିତ ସମୟରେ କାମ ସରିଥିବାରୁ ହିତାଧିକାରୀ ଦ୍ବୟଙ୍କ ଖାତାକୁ ପ୍ରୋତ୍ସାହନ ରାଶି ମଧ୍ୟ ଆସିଛି। ଠିକାଦାର ମଧ୍ୟ ଘର ନିର୍ମାଣ ବାବଦୀୟ ଅର୍ଥ ପାଇ ସାରିଥିବା ବେଳେ ପ୍ରୋତ୍ସାହନ ବାବଦୀୟ ଅର୍ଥ ହିତାଧିକାରୀଙ୍କ ଠାରୁ ଦାବି କରୁଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ କାରିଣୀ କୌଶଲ୍ୟା ନାୟକଙ୍କ ଅଭିଯୋଗ ମୁତାବକ ଘର ନିର୍ମାଣ ଦାୟିତ୍ୱ ନେଇଥିବା ବ୍ୟକ୍ତି ଜଣକ କାମ ସମ୍ପୂର୍ଣ୍ଣ କରିନଥିବା ବେଳେ ପ୍ରୋତ୍ସାହନ ଟଙ୍କା ପାଇଁ ସେମାନଙ୍କୁ ଧମକ ଚମକ ଦେଉଛି। ହିତାଧିକାରୀଙ୍କର କେହି ସାହାରା ନଥିବାରୁ ପରିଶେଷରେ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ