ଧର୍ମଜାଗରଣ ସେନାର ସଂଯୋଜକ ବିବେକାନନ୍ଦ ମହାରଣାଙ୍କୁ ଆକ୍ରମଣ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଧର୍ମଜାଗରଣ ସେନାର ସଂଯୋଜକ ତଥା ତିନିମୁହାଣି ବଜାର କମିଟି ସଭାପତି ବିବେକାନନ୍ଦ ମହାରଣା ତାଙ୍କ ସୁରକ୍ଷା କର୍ମୀଙ୍କ ଉଚିତ ପଦକ୍ଷେପ ଯୋଗୁଁ ବୁଧବାର ଅପରାହ୍ନରେ ପୁଣି ଏକ ମରଣାନ୍ତଙ୍କ ଆକ୍ରମଣରୁ ବର୍ତ୍ତି ଯାଇଥିବା ଜଣାପଡିଛି । ଘଟଣା ଅନୁଯାଇ ତାଙ୍କ ରାମନଗରପାଟଣାସ୍ଥିତ ଟ୍ରାକ୍ଟର ସୋରୁମର ଉପର ମହଲାରେ ବସିଥିଲେ । ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଦୁଇଜଣ ଦୁର୍ବୁତ୍ତ ଏକ ବାଇକ ଯୋଗେ ସେଠାରେ ପହଞ୍ଚି ଶ୍ରୀ ମହାରଣାଙ୍କୁ ଖୋଜିଥିଲେ । ସେହି ସମୟରେ ସୋରୁମ ମୁଖ୍ୟ ଦ୍ୱାରାରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଇଥିବା ସୁରକ୍ଷା କର୍ମଚାରୀ ମାନସ ମହାନ୍ତି ବସିଥିଲେ । ସୁରକ୍ଷାକର୍ମୀ ସେହି ୨ଜଣଙ୍କୁ ପଚାରିଥିଲେ ଯେ ସେମାନେ କାହିଁକି ମହାରଣାଙ୍କୁ ଖୋଜୁଛନ୍ତି । ସେମାନଙ୍କର ମହାରଣାଙ୍କ ପାଖରେ କ’ଣ କାମ ଅଛି । ଏଥିରେ ସେ ୨ଜଣ ଉତ୍ୟକ୍ତ ହୋଇ ପାଖରେ ଥିବା ବନ୍ଧୁକ ଦେଖାଇଥିଲେ ସୁରକ୍ଷା କର୍ମୀ ଜଣଙ୍କୁ । ତତକ୍ଷଣାତ ସୁରକ୍ଷା କର୍ମୀ ଜଣଙ୍କ ସେମାନଙ୍କ ହାତରୁ ବନ୍ଧୁକଟିକୁ ଛଡାଇ ନେଇଥିବା ବେଳେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଫଳରେ ସୁରକ୍ଷା କର୍ମୀ ଜଣଙ୍କ ତଳେ ପଡିଯିବାରୁ ୨ଦୁର୍ବୁତ୍ତ ସେମାନଙ୍କ ବନ୍ଧୁକଟିକୁ ସୁରକ୍ଷାକର୍ମୀଙ୍କ ଠାରୁ ଛଡାଇ ନେଇ କେଇହାତ ପଛକୁ ଫେରିଯାଇ ସୁରକ୍ଷାକର୍ମୀଙ୍କ ଉପରକୁ ବନ୍ଧୁକରୁ ଗୁଳି ଫୁଟାଇଥିଲେ । ତେଣୁ ବାଧ୍ୟ ହୋଇ ସୁରକ୍ଷା କର୍ମୀ ମାନସ ତାଙ୍କ ଆତ୍ମରକ୍ଷା ପାଇଁ ପାଲଟା ଗୁଳି ଚଳାଇଥିଲେ । ଫଳରେ ୨ଦୁର୍ବୁତ୍ତଙ୍କ ମଧ୍ୟରୁ ଜଣେ ସେଥିରେ ଆହତ ହୋଇଥିଲେ । କିନ୍ତୁ ଏହି ସମୟରେ ୨ଦୁର୍ବୁତ୍ତ ସେଠାରୁ ବାଇକ ଯୋଗେ ଖସି ପଳାଇଯାଇଥିଲେ । ସୋରୁମ ଉପର ମହଲାରେ ଥିବା କର୍ମଚାରୀମାନେ ଗୁଳି ଫୁଟିବା ଶଦ୍ଦ ଶୁଣି ତଳକୁ ଆସିଯାଇଥିଲେ । ଏସମ୍ପର୍କରେ ଖବର ପାଇ ସଦର ଥାନା ଅଧିକାରୀ ପବିତ୍ର ମହାରଣା, ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ପୋଲିସ ଫୋର୍ସ ସହିତ ଏବଂ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡା ଓ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛି । ଆରକ୍ଷୀ ଅଧିକ୍ଷକ କହିଛନ୍ତି ଯେ ଏହି ଘଟଣା ପରେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ଥାନାକୁ ଖବର ପଠାଯାଇ ଆଲର୍ଟ କରାଯାଇଛି । ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାର ସୀମାକୁ ନାକାବନ୍ଦି କରାଯାଇ ପୋଲିସ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି । ଖୁବଶୀଘ୍ର ୨ଦୁର୍ବୁତ୍ତଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି । ଘଟଣାସ୍ଥଳରେ ୪ଟି ଫୁଟନ୍ତା ଗୁଳିର ଖୋକା ପଡିଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ୨୦୧୯ ମସିହା ଜୁଲାଇମାସ ୧୩ତାରିଖ ସନ୍ଧ୍ୟାରେ ମହାରଣା ତାଙ୍କ ସୋରୁମରୁ ବାଇକ ଯୋଗେ ତିନିମୁହାଣି ରାମମନ୍ଦିରକୁ ଆସୁଥିବା ବେଳେ ଗୁଲନଗର ଚଟିପୋଲ ନିକଟରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା । ତାଙ୍କ ପେଟରେ ୨ଟି ଗୁଳି ବାଜିଥିଲା । ତାଙ୍କୁ ଗୁରୁତ୍ତର ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡା ଓ ପରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତ କରାଯାଇଥିଲା । ସେହି ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ