ଆଜି ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଓଡିଶା ବନ୍ଦ

ଭୁବନେଶ୍ୱର (ୱାଇଏନ୍‌ଏସ୍‌): ତୈଲ ଦର ବୃଦ୍ଧି ପ୍ରତିବାଦରେ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଚାଲିବ ଓଡିଶା ବନ୍ଦ । ଏହି ସମୟରେ ବାମଦଳର କର୍ମକର୍ତା ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ । କରୋନା କାଳରେ ତୈଲ ଦର ବଢାଇ ସରକାର ଲୋକଙ୍କ ଉପରେ ବୋଝ ଉପରେ ନଳିତା ବିଡା ଲଦି ଦେଉଥିବା ଅଭିଯୋଗ କରିଛନ୍ତି ବାମ ଦଳ । ସେପଟେ ବାମ ଦଳର ଓଡିଶା ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ପ୍ରଦେଶ କଂଗ୍ରେସ କମିଟି ।ସାଧାରଣ ଜନତାଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ତୀବ୍ର ଅସନ୍ତୋଷକୁ ଆୟୁଧ କରି ରାସ୍ତାକୁ ଓହ୍ଲାଇଛନ୍ତି ରାଜନୈତିକ ଦଳ। ପରସ୍ପର ବିରୋଧୀ ରାଜନୈତିକ ଦଳ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ କରୁଥିଲେ ମଧ୍ୟ ସବୁର ମୂଳ ଭିତ୍ତି ହେଉଛି ଦର ବୃଦ୍ଧି। ବିଜୁଳି ଦର ବୃଦ୍ଧିକୁ ପ୍ରସଙ୍ଗ କରି ବିଜେପି ବୁଧବାର ରାଜ୍ୟ ସରକାରଙ୍କ ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଛି। ପେଟ୍ରୋଲ୍‌, ଡିଜେଲ୍‌, ରନ୍ଧନ ଗ୍ୟାସ୍ ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ୍‌ କରି ଆନ୍ଦୋଳନ ଜାରି ରଖିଛି କଂଗ୍ରେସ । ସମାନ ପ୍ରସଙ୍ଗକୁ ନେଇ ବାମଦଳଗୁଡ଼ିକ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ଆନ୍ଦୋଳନ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ