କେରାଣ୍ଡି ମାଳ ପର୍ବତମାଳାର ସରଣ୍ଡି ପାହାଡ଼ଠାରେ ବନମହୋତ୍ସବ

ବ୍ରହ୍ମପୁର, ( ଅନିଲ କୁମାର) : ପ୍ରାୟ ୨୦୦ ଏକର ପରିମିତ ଏହି ପାହାଡ଼ରେ ଗତସପ୍ତାହରୁ ଆର୍ଯ୍ୟଭଟ୍ଟ ତରଫରୁ ବୀଜ ରୋପଣ ଏବଂ ମଞ୍ଜିଗୁଳା ପ୍ରକ୍ଷେପଣ ଦ୍ବାରା ବନୀକରଣ କରିବା ପାଇଁ ପ୍ରୟାସ କରାଯାଇ ଆସୁଅଛି। ଏହି କ୍ରମରେ ୫୦ ହଜାର ମଞ୍ଜିଗୁଳା ସହ ମାଟି ଖୋଳି ୩୦ ହଜାରରୁ ଉର୍ଦ୍ଧ୍ବ ମଞ୍ଜି ରୁଆହୋଇ ସାରିଲାଣି । ଏବଂ ଏଥିରେ ଅନ୍ତତଃ ୧ ଲକ୍ଷ ମଞ୍ଜିଗୁଳା ଓ ତଦୁର୍ଦ୍ଧଲକ୍ଷ ମଞ୍ଜି ରୋପଣ ଯୋଜନା ରଖାଯାଇଅଛି। ଏତଦ୍ବ୍ୟତୀତ ୧୦୦ ବର ଓ ଅଶ୍ବତ ବୃକ୍ଷ ରୋପଣ କରାଯିବା ଲକ୍ଷ୍ୟ ରଖାଯାଇଛି। ଆଜି ବନ ମହୋତ୍ସବ ଆନୁକୁଲ୍ୟରେ ବର ଓ ଅଶ୍ୱତ୍ୱ ବୃକ୍ଷ ରୋପଣ ସହ ବୀଜ ରୋପଣ ଓ ସିଞ୍ଚନ କରାଯାଇଥିଲା । ପରେ ଏକ ସଚ଼େତନତା ସଭା କରାଯାଇ ଜଙ୍ଗଲ ସୁରକ୍ଷା ପାଇଁ ଶପଥ ପାଠ କରାଯାଇଥିଲା। କାର୍ଯ୍ୟକ୍ରମରେ ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ବରିଷ୍ଠ ସଦସ୍ୟ ଶ୍ୟାମସୁନ୍ଦର ଖାଡ଼େଙ୍ଗା, ସୁଧୀର ରାଉତଙ୍କ ସହ ସ୍ଵତାଲୀନା ପଣ୍ଡା, ସୁଶାନ୍ତ ମହାନ୍ତି, ମାଧବ ନାୟକ, ଭୀମରାଜୁ ପାତ୍ର,ଶୁଭେନ୍ଦୁ ଶେଖର ପାତ୍ର, ଇକୋ କ୍ଲବ୍ସଂ ଯୋଜକ ଡ. ଶଙ୍କରନାରାୟଣ ବେଜ ଓ ବରଗଛ ସୁରକ୍ଷା ସମିତି ସଭାପତି ଅଧ୍ୟାପକ ଲୋକନାଥ ପରିଡ଼ାଙ୍କ ସହ ସ୍ଥାନୀୟ ସ୍ବେଚ୍ଛା ସେବୀ ଆଶିଷ ରାଉଳ, ଗଣେଶ, ଏମ୍ଜାନୁ, ଏ. କୃଷ୍ଣ ମୂର୍ତ୍ତି, ବି. ମୋହନ ରାଓ, ବି.ଡିଲେଶ, ଏ. କ୍ରିଷ୍ଣା.ଏମ୍ଡିଲେଶ୍, ଏସ୍ଦେବରାଜ, ଏ ଭେଙ୍କଟେଶ, ଏସ୍ଶ୍ରୀନୁ, ଡି.ରମେଶ, ଏମ୍.ବିଶ୍ବନାଥ, ଏମ୍.ଡିଲେଶ(୨), ଏମ୍ସଦା ନନ୍ଦ, ଏମ ଜଗନ୍ନାଥ, ଏ ତେଜା, ମିନା ଡିଲେଶ, ଏମ୍. ଉପେନ୍ଦ୍ର ପ୍ରମୁଖଙ୍କ ସହିତ ଅନ୍ୟାନ୍ୟ ଗ୍ରାମବାସୀବୃନ୍ଦ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ