ବନ୍ତ ପୋଲିସର ଚଢାଉ, ୧୫ଲି. ବିଦେଶୀ ମଦ ଜବତ, ଜଣେ ଗିରଫ
ବନ୍ତ,୧୫/୭(ଚାନ୍ଦିନୀ ମହାନ୍ତି) : ଗତ କିଛି ମାସ ହେବ ବନ୍ତ ଥାନା ଅଧିନ ବିଭିନ୍ନ ବଜାର ଓ ଗାଁଗହଳିରେ ଚୋରା ଦେଶୀ, ବିଦେଶୀ ମଦ, ଧଳା ଜହର ଚୋରା କାରବାର ବହୁ ମାତ୍ରାରେ ବଢି ଯାଇଛି । ଏବେ ବନ୍ତ ଥାନାରେ ନୂତନ ଆଇଆଇସି ଆଦିତ୍ୟ ପ୍ରସାଦ ଜେନା କାର୍ଯ୍ୟଭାର ଗ୍ରହଣ କରିବା ପରେ ଚୋରା ନିଶା କାରବାର ବୃଦ୍ଧିକୁ ରୋକିବା ନେଇ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ବୁଧବାର ସନ୍ଧ୍ୟାରେ ଛୟାଳସିଂ ବଜାରରୁ ୧୫ଲି. ବିଦେଶୀ ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ବେପାରୀକୁ ଗିରଫ କରାଯାଇଛି । ଏନେଇ ଥାନାରେ ଅବକାରୀ ଆଇନ ୧୩୫/୨୧ ମୂଳେ ଏକ ମାମଲା ରୁଜ୍ଜୁ ହୋଇଛି ।

 
            
