ଭଣ୍ଡାରିପୋଖରୀରେ ବନ୍ଦର ଆଂଶିକ ପ୍ରଭାବ
ବାରିକପୁର, ,(ୱାଇଏନଏସ) ; ତୈଲଦର ମୂଲ୍ୟ ବୃଦ୍ଧି ଉପରେ ସିପିଆଇ ସହିତ ଅନ୍ୟଦଳ ବନ୍ଦ ଡାକରା ଦେଇଥିବାବେଳେ ଏହାର ପ୍ରଭାବ ଆଜି ଭଣ୍ଡାରିପୋଖରୀ ଅଞ୍ଚଳରେ ଅଂଶିକ ଦେଖିବାକୁ ମିଳିଥିଲା । ଯଦିଓ ବନ୍ଦ ଡାକରା ଦେଇଥିବା ଦଳ ଗୁଡିକର ସଭ୍ୟ ଏଠାରେ କମ ଥିଲା କିନ୍ତୁ କଂଗ୍ରେସ ଏହାକୁ ସମର୍ଥନ ଦେଇଥିବାରୁ ଏହାର ପ୍ରଭାବ କିଛିମାତ୍ରାରେ ଦେଖିବାକୁ ମିଳିଥିଲା । ବ୍ଲକ ଦେଇ ଯାଇଥିବା ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡିଘୋଡା ଯାତାୟତ ବନ୍ଦ ରହିଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ମାନ ଶୁଭୁଥିଲା । ବ୍ଲକ କଂଗ୍ରେସ ପକ୍ଷରୁ ଶତାଧିକ କର୍ମୀ ଓ ବନ୍ଦ ଡାକରା ଦେଇଥିବା ସଂଗଠନର ସଭ୍ୟମାନେ ବଜାର ପରିକ୍ରମା କରି ଲୋକମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିଥିଲେ । ଦୋକାନ ବଜାର ପ୍ରାୟତଃ ଖୋଲା ରହିଥିବାବେଳେ ଜୀବନଯାତ୍ରା ପ୍ରାୟତଃ ସ୍ୱଭାବିକ ରହିଥିବା ଜଣାପଡୁଥିଲା । କେବଳ ଜାତୀୟ ରାଜପଥରେ ଯାନବାହନ ଚଳାଚଳ କିଛି ସମୟ ପାଇଁ ବନ୍ଦ ଥିବାରୁ ଓଡିଶା ବନ୍ଦର ଅଂଶିକ ପ୍ରଭାବ ଭଣ୍ଡାରିପୋଖରୀ ଠାରେ ଦେଖିବାକୁ ମିଳିଥିଲା ।

 
            
