ଓଡ଼ିଶା ବନ୍ଦ ଡାକରା ହିଞ୍ଜିଳିରେ ପ୍ରଭାବଶୂନ୍ୟ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଲଗାତାର ବୃଦ୍ଧି ପାଉଥିବା ତୈଳ, ଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି କୁ ନେଇ ରାଜ୍ୟ ସିପିଆଇ, ସିପିଆଇଏମ ପକ୍ଷରୁ ଗୁରୁବାର ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା l ରାଜ୍ୟରେ ଶାସକ ବିଜେଡି ଓ କେନ୍ଦ୍ରରେ ବିଜେପି ସରକାର ମିଳିତରେ ଦେଶ ଓ ରାଜ୍ୟରେ ରେ ୫୬ ତର ପେଟ୍ରୋଲ ଡ଼ିଜେଲ ଦରଦାମ ଅହେତୁକ ବୃଦ୍ଧି କରି ୧୦୦ ଟଙ୍କା ପାର କରି ସାରିଛନ୍ତି । ବିଭିନ୍ନ ଅତି ଆବଶ୍ୟକ ସାମଗ୍ରୀ ରନ୍ଧନ ତୈଳ,ଔଷଧ ଭଳି ବିଭିନ୍ନ ଆବଶ୍ୟକ ସାମଗ୍ରୀ କରୋନା ମହାମାରୀକୁ ଏକ ସୁଯୋଗ ଭାବି ଲୋକଙ୍କ ପିଠି କୁ ଲଗାତାର ମାଡ ମାରି ଦରବୃଦ୍ଧି କରି ଚାଲୁଛନ୍ତି ବୋଲି ବାମପନ୍ଥୀ ଦଳ ପକ୍ଷରୁ ଅଭିଯୋଗ କରିଛନ୍ତି। କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ, ସହ ମହାମାରୀ କରୋନା ଭୁତାଣୁ ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ପରିବାରକୁ ମୁଣ୍ଡ ପିଛା ୧୦ କେଜି ଚାଉଳ, ଆୟକର ଦେଉ ନଥିବା ପ୍ରତି ପରିବାର ମାସକୁ ୭୫୦୦ ଟଙ୍କା ମାସକୁ ପ୍ରଦାନ, କରୋନା ସମୟରେ ବିଦ୍ଯୁତ ବିଲ୍ ଛାଡ କରିବା ଦାବିରେ ସିପିଆଇ, ସିପିଏମ, ଫରୱାର୍ଡ ବ୍ଲକ ଓ ସିପିଆଇ (ଏମଏଲ) ଲିବରେସନ ପକ୍ଷରୁ ଜୁଲାଇ ୧୫ ତାରିଖ ଦିନ ସକାଳ ୬ ଟା ଠାରୁ ୧୨ ଟା ପର୍ଯ୍ୟନ୍ତ ୬ଘଣ୍ଟା ପାଇଁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ହେଲେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରେ ଓଡ଼ିଶା ବନ୍ଦ ଡାକରା ପ୍ରଭାବଶୁନ୍ୟ ହୋଇଥିଲା । ପୂର୍ବ ସୂଚନା ଅନୁଯାୟୀ କେବଳ ସଂପୃକ୍ତ ସମୟରେ ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିଥିଲା । କୈଣସି ରାଜନୈତିକ ଦଳ ପକ୍ଷରୁ ରାଲି କିମ୍ବା ଧାରଣା ଦିଆଯାଇନଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ